25.1 C
Bhubaneswar
Saturday, March 21, 2026
Homeଓଡିଶାଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ଛାତ୍ର ନେତା ଜେଲରୁ ମୁକୁଳିଲେ

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ଛାତ୍ର ନେତା ଜେଲରୁ ମୁକୁଳିଲେ

ଭୁବନେଶ୍ୱର:  ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବାସଭବନ କୁ ଅଣ୍ଡା ମାଡ଼ କରି ଗିରଫ ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ଝାରପଡା ଜେଲରୁ ଆଜି ମୁକୁଲିଛନ୍ତି।ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖ ଉକ୍ତ ଛାତ୍ର ନେତାଙ୍କୁ ପୂଷ୍ପଗୁଛ ଦେଇ ସ୍ବାଗତ କରିବା ଏକ ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନେଇଥିଲେ । ସେଠାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ବାଗତ କରିବା ସହ କହିଥିଲେ କି ଆମ ଛାତ୍ର ନେତା ମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ଜାଣି ଶୁଣି ଗିରଫ କରାଗଲା । ଆମ ପିଲାଙ୍କୁ ଜେଲର ଭୟ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ଯୁକ୍ତ ଦାସ ଚେତେଇ ଦେଇଥିଲେ। ଉଲ୍ଲେଖ ଯୋଗ୍ୟ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ଆଜି ମୁକୁଳିଥିବା ଛାତ୍ର ନେତାଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking