19.1 C
Bhubaneswar
Friday, December 19, 2025
Homeଓଡିଶାଛାତ୍ରୀ ନିର୍ଯାତନା ଘଟଣା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ

ଛାତ୍ରୀ ନିର୍ଯାତନା ଘଟଣା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ

ଜଗତ୍‌ସିଂହପୁର: ସୋମବାର ସନ୍ଧ୍ୟାରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଛାତ୍ରୀ ନିର୍ଯାତନା ଘଟଣାରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବର୍ତ୍ତି ଅନ୍ତର୍ଗତ ସ୍ୱାମୀ ଅରୁପାନନ୍ଦ +୨ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଅଭିଯୁକ୍ତ ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଶ୍ରୀ ତରାଇ କରିଛନ୍ତି। କଲେଜର ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ଘଟଣାକୁ ଚପାଇ ଦେବା ଉଦ୍ୟମ ଯୋଗୁ ନିଲମ୍ବିତ କରାଯାଇଛି। ଏଥି ସହିତ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଣିତ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଧାରରେ ନିଲମ୍ବିତ କରାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯେ ଗତ ଜାନୁଆରୀ ୧୫ ତାରିଖରେ ଉକ୍ତ କଲେଜର ଜଣେ +୨ ଛାତ୍ରୀ ସେହି କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏନେଇ ଅଧ୍ୟକ୍ଷ ଶ୍ରୀ ସାହୁ, ଘଟଣାର ତଦନ୍ତ ନିମନ୍ତେ ଏପ୍ରିଲ ମାସରେ କଲେଜର ୩ଜଣ ଅଧ୍ୟାପକଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଅଭିଯୁକ୍ତ ଅଧ୍ୟାପକ ଘଟଣାର ସତ୍ୟାସତ୍ୟ ଥିବା ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କଲେଜର ଅଧ୍ୟକ୍ଷ କମ୍ପରମାଇଜ ଜରିଆରେ ଘଟଣାକୁ ଚପାଇ ଦେଇ ଚୁପ୍ ହୋଇ ବସିଥିଲେ। ହେଲେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ସହଜରେ ଗ୍ରହଣ ନକରି ଘଟଣା ସମ୍ପର୍କରେ ଉକ୍ତ କଲେଜର ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକଙ୍କୁ ସୋ-କଜ ନୋଟିସ କରିଥିଲେ। ପୋକସୋ ଆକ୍ଟରେ ଜଣେ ନାବାଳିକା ସହିତ କୌଣସି କମ୍ପରମାଇଜ ହୋଇ ପରିବ ନାହିଁ ବୋଲି ଜିଲ୍ଲାପାଳ ଦର୍ଶାଇ ଦ୍ୱୟଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ଯାହାକୁ ନେଇ ଉପ-ଜିଲ୍ଲାପାଳ ଶ୍ର ତରାଇ ସୋମବାର ସନ୍ଧ୍ୟାରେ ନିଲମ୍ବନ ଆଦେଶ କଲେଜକୁ ପଠାଇବା ସହିତ ଉଚ୍ଚଶିକ୍ଷା ବିଭାଗକୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking