14.1 C
Bhubaneswar
Monday, December 8, 2025
Homeଓଡିଶାଝରକା ରେଲିଂରେ ଛାତ୍ରୀ: ପ୍ରଧାନ ଶିକ୍ଷକ ନିଲମ୍ବିତ

ଝରକା ରେଲିଂରେ ଛାତ୍ରୀ: ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର: ରାତିସାରା ସ୍କୁଲ ଝରକା ରେଲିଂରେ ଛାତ୍ରୀ ଫସି ରହିବା ଘଟଣା । ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଦାୟିତ୍ୱହୀନତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲରେ ଥିବାବେଳେ ଭୁଲବଶତଃ ତାଲା ପକାଇ ଦେଇଥିଲେ କର୍ତ୍ତୃପକ୍ଷ ଝରକା ପଟେ ବାହାରିବାକୁ ସଂଘର୍ଷ କରିଥିଲା କୁନି ଝିଅ । ଝରକା ରେଲିଂ ବଙ୍କା କରି ଦେଇଥିଲେ ବି ବାହାରି ପରିନଥିଲା । ରାତିସାରା ସ୍କୁଲ ଝରକା ରେଲିଂରେ ଲଟକି ରହିଥିଲା କୁନିଛାତ୍ରୀ । ସକାଳେ ରୋଷେୟା ସ୍କୁଲ ଆସିବା ପରେ ଛାତ୍ରୀ ଫସି ରହିଥିବା ଜଣାପଡିଥିଲା । ପରିବାର ଓ ଗ୍ରାମବାସୀ ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ରାତି ସାରା ଝରକା ରେଲିଂରେ କୁନି ଝିଅ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking