34.1 C
Bhubaneswar
Friday, March 20, 2026
Homeଦେଶ ବିଦେଶକାର ଧକ୍କାରେ ୪ ଫୁଟ ଉପରୁ ତଳକୁ ପଡିଲେ ଛାତ୍ରୀ: ଦୃଶ୍ୟ ସିସିଟିଭିରେ ରେକର୍ଡ

କାର ଧକ୍କାରେ ୪ ଫୁଟ ଉପରୁ ତଳକୁ ପଡିଲେ ଛାତ୍ରୀ: ଦୃଶ୍ୟ ସିସିଟିଭିରେ ରେକର୍ଡ

ନୂଆଦିଲ୍ଲୀ: ରାଜସ୍ଥାନର ଆଜମେରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଥର ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଦେଇଥିଲା ଯେ ଛାତ୍ରୀ ଜଣକ ଚାରି ଫୁଟ ଉପରକୁ ଉଠି ତଳେ ପଡ଼ିଥିଲେ । ଏହି ଘଟଣା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏବେ ଏହି ଭିଡିଓଟି ଅନଲାଇନରେ ପ୍ରକାଶିତ ହୋଇଛି ଏବଂ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରିପୋର୍ଟ ଅନୁସାରେ, ଝିଅଟି ତାଙ୍କ ସ୍କୁଲ ବସ୍ ରୁ ଓହ୍ଲାଇ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା।

ଘଟଣାଟି ଅପରାହ୍ନ ପ୍ରାୟ ୩:୩୦ ସମୟରେ ଗାନ୍ଧୀନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ରାମନେର ରୋଡରେ ଘଟିଥିଲା। ଝିଅଟିର ନାମ ମୋନିକା ବୋଲି ଚିହ୍ନଟ କରାଯାଇଛି। ଝିଅଟିକୁ ଧକ୍କା ଦେବା ଡ୍ରାଇଭର ଗାଡିକୁ ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ସେମାନେ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ଅନୁଯାୟୀ ଝିଅଟିର ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାରେ କୌଣସି ବ୍ୟକ୍ତିଗତ ଶତ୍ରୁତା ଦୃଷ୍ଟିକୋଣ ଜଡିତ କି ନାହିଁ ତାହା ଜାଣିବା ପାଇଁ ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପାଇଁ ଏକ ଖୋଜାଖୋଜି ଅଭିଯାନ ଆରମ୍ଭ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking