ଯାଜପୁର: ସ୍କୁଲ ଗଣେଶ ମୂର୍ତ୍ତି ଭସାଣି ବେଳେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ପ୍ରହ୍ଲାଦ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆସନ୍ତାକଲି, ଗଣେଶ ଭସାଣିରେ ଯୋଗ ଦେଇ ପାରିବେନି ଛାତ୍ରଛାତ୍ରୀ । ମୟୁରଭଞ୍ଜର ସମସ୍ତ ସ୍କୁଲକୁ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଗତବର୍ଷ ଭସାଣି ସମୟରେ ୪ ଜଣ ଛାତ୍ର ବୁଡି ପ୍ରାଣ ହରାଇଥିଲେ ।










