16.1 C
Bhubaneswar
Monday, January 12, 2026
Homeଓଡିଶାସ୍କୁଲରେ ଖେଳିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ସ୍କୁଲରେ ଖେଳିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

କେନ୍ଦୁଝର: ସ୍କୁଲରେ କବାଡ଼ି ଖେଳୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଅମିତ୍‌ ମୁଣ୍ଡା (୧୪) ବୋଲି ଜଣାପଡ଼ିଛି।ଏଭଳି ଘଟଣା କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି। ପ୍ରକାଶ ଯେ, ଗତ ମଙ୍ଗଳବାର ବିଦ୍ୟାଳୟରେ ଅମିତ୍‌ ଅନ୍ୟମାନଙ୍କ ସହିତ କବାଡ଼ି ଖେଳୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା। ତେବେ ଘଟଣାକୁ ସାମାନ୍ୟ ନେଇ ସ୍କୁଲର କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ବୁଧବାର ସକାଳୁ ତା’ଙ୍କ ଅବସ୍ଥା ଗୁରୁତର ହେବାରୁ ନିକଟସ୍ଥ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଅମିତଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ କରିଛନ୍ତି ଘରଲୋକ। ଏନେଇ ବାରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ଚମ୍ପୁଆ ଏସ୍‌ଡିପିଓ ରଶ୍ମିରଞ୍ଜନ ସାହୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking