31.1 C
Bhubaneswar
Saturday, March 21, 2026
Homeଓଡିଶାପାଣି ଟାଙ୍କି କାନ୍ଥ ପାଇଁ ଛାତ୍ର ମୃତ

ପାଣି ଟାଙ୍କି କାନ୍ଥ ପାଇଁ ଛାତ୍ର ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଚାଲିଯାଇଛି ଛାତ୍ରଙ୍କ ଜୀବନ। ତେବେ ମୃତ ଛାତ୍ର ଜଣଙ୍କ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ। ସୂଚନା ଅନୁଯାୟୀ,ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ। ଏହି ସମୟରେ ପାଣି ଟାଙ୍କିର କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ତା’ ତଳେ ଚାପି ହୋଇଯାଇଥିଲେ ଛାତ୍ର ଜଣଙ୍କ। ପରେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking