26.1 C
Bhubaneswar
Sunday, December 7, 2025
Homeଓଡିଶାହଷ୍ଟେଲ ଛାତରୁ ଡେ଼ଇଁ ଜୀବନ ହାରିଲେ ଛାତ୍ରୀ

ହଷ୍ଟେଲ ଛାତରୁ ଡେ଼ଇଁ ଜୀବନ ହାରିଲେ ଛାତ୍ରୀ

ନୟାଗଡ : ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲାର ଏକ ମହାବିଦ୍ୟାଳୟରେ । + 2 ର ଦ୍ୱିତୀୟ ବର୍ଷର ଛାତ୍ରୀ ୩ ଦିନ ହେବ କୌଣସି କାରଣକୁ ନେଇ ମନ ଦୁଃଖରେ ରହୁଥିଲେ । ଆଜି ସକାଳୁ ରୁମରେ ସମସ୍ତ ସାଙ୍ଗ ଓ ସହପାଠୀ ଥିଲେ।  ଛାତ୍ରୀ ଜଣକ ଛାତ ଉପରୁ ଯାଇ ତଳକୁ ଡେଇଁ ପଡ଼ିଥିଲେ । ପଡିବା ଶବ୍ଦ ଶୁଣି ତଳେ କ୍ଲାସ କରୁଥିବା ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ଆସି ଦେଖିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୋଡ଼, ଅଣ୍ଟା ଓ ମୁଁହରେ ଗଭୀର ଆଘାତ ଲାଗିଥିଲା । ଛାତରୁ ଡେଇଁବା ପୂର୍ବରୁ ହାତରେ ଏକ ଚିଠି ଧରି ଡେଇଁଥିଲେ ସେ । ସେହି ଚିଠିରେ ବାପା ମା’ ଙ୍କ ଫୋନ ନମ୍ବର ଓ ଆମ୍ପହତ୍ୟାରେ କେହି ଦାୟୀ ରହିବେ ନାହିଁ ବୋଲି ଲେଖାଯାଇଛି । ରକ୍ତ ଭିଜା ଚିଠିକୁ ଟାଉନ ପୋଲିସ ଜବତ କରି ତଦନ୍ତ ଚଳାଇଛି । ମୁଖ୍ୟ ହସ୍ପିଟାଲରେ ନୟାଗଡ ତହସିଲଦାର ଓ ଟାଉନ ଥାନା iic ନାବାଳିକାଙ୍କୁ ଆମ୍ପହତ୍ୟା ଉଦ୍ୟମ କରିବାର ଉଦ୍ଦେଶ୍ୟ କଣ ପଚାରି ବୁଝିଛନ୍ତି। ଗୁରୁତର । ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking