27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶହଷ୍ଟେଲ କୋଠାରୁ ଡେଇଁ ଜୀବନ ହାରିଲେ ଛାତ୍ର

ହଷ୍ଟେଲ କୋଠାରୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ହଷ୍ଟେଲ କୋଠାରୁ ଡେଇଁ ପ୍ରାଣ ହାରିଲେ ୨୧ ବର୍ଷୀୟ ଆଇଆଇଟି ଛାତ୍ର । ମୃତକ ହେଉଛନ୍ତି ନମନ ଅଗ୍ରୱାଲ । ସେ ଦ୍ୱିତୀୟ ବର୍ଷର ଛାତ୍ର । ରାଜସ୍ଥାନର ପିଲାନିର ମୂଳ ବାସିନ୍ଦା ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ନମନ ଆଇଆଇଟି ମୁମ୍ବାଇରେ ବିଟେକ କରୁଥିଲେ । କିଛି ଦିନ ଧରି ସେ ଚିନ୍ତାରେ ରହୁଥିଲେ । ୪ ନମ୍ବର ହଷ୍ଟେଲର କୋଠାରୁ ଡେଇଁ ପ୍ରାଣ ହାରିଛନ୍ତି । ଏହାପରେ ସମଗ୍ର କ୍ୟାମ୍ପସରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀମାନେ ଦୁଃଖରେ ଭାଙ୍ଗିପଡିଥିଲେ । ସହପାଠୀମାନେ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେଉଁ କାରଣ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଲେ ତାହାର ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking