ନୟାଗଡ: ପଞ୍ଚମ ଶ୍ରେଣୀ ଛାତ୍ରଙ୍କ କ୍ଷତାକ୍ତ ମୃତଦେହ ଘର ନିକଟ କୂଅରୁ ମୃତଦେହ ମିଳିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେଲପଡା ପ୍ରାଥମିକ ବିଦ୍ୟାଳୟର ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି, ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କଲେ ଗଣିଆ ବିଇଓ । ସୂଚନାଥାଉକି, ପଞ୍ଚମ ଶ୍ରେଣୀ ଛାତ୍ର ଜଣଙ୍କ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଶୌଚ ଯିବାକୁ କହି ଆଉ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଛାତ୍ରଙ୍କର କୌଣସି ଖୋଜ ଖବର ମିଳିନଥିଲା। ପରେ ମୃତଦେହ ଘର ନିକଟ କୂଅରୁ ମିଳିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।










