18.1 C
Bhubaneswar
Monday, December 22, 2025
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ

ଭୁବନେଶ୍ୱର – ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ପକ୍ଷରୁ ଶତାଧିକ ଯୁବ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୋଦୀଙ୍କ ଗସ୍ତକୁ ବିରୋଧ କରିବାକୁ ଯାଉଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ପୋଲିସ ରଣଜିତ ପାତ୍ର ଏବଂ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ରାଜ୍ୟ ଓ ଦେଶର ବେକାର ଯୁବକ ଯୁବତୀଙ୍କୁ ପ୍ରତାରିତ କରିଛନ୍ତି। ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ନିର୍ବାଚନୀ ଇସ୍ତାହରରେ ପ୍ରତିଶ୍ରୁତି ଦେବାପରେ ୧୧ ବର୍ଷ ଧରି ପ୍ରତାରିତ କରିଚାଲିଛନ୍ତି। ଏବେ କେନ୍ଦ୍ର ସରକାରଙ୍କର ୧୦ଲକ୍ଷ ପଦବୀ ଖାଲି ପଡ଼ିଛି ତାହାକୁ ପୂରଣ କରିବାରେ ମୋଦୀ ଅସମର୍ଥ।
ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ୧୧ ବର୍ଷରେ ୨୨ କୋଟି ନିଯୁକ୍ତି ଦେବା କଥା ତାହାକୁ ପ୍ରତିପାଳନ କଲେ ନାହିଁ। ନିଯୁକ୍ତି ପ୍ରସଙ୍ଗରେ ପ୍ରଶ୍ନ କଲେ ବେକାର ଯୁବକ ଯୁବତୀଙ୍କର ଦୁରାବସ୍ଥାକୁ ଉପହାସ କରି “ପକୋଡା ବିକ୍ରୀ” ନିଯୁକ୍ତିର ଅଂଶବିଶେଷ ବୋଲି ଉପହାସ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଆଛାଦିନର ସ୍ୱପ୍ନ ଦେଖାଇଥିଲେ ତାହାର ବାସ୍ତବ ରୂପକୁ ଏ ଦେଶ ଓ ରାଜ୍ୟବାସୀ ଅନୁଭବ କଲେଣି। ଉତ୍କଟ ମହଙ୍ଗା ମାଡ଼ରେ ସାଧାରଣ ଖାଉଟି ହନ୍ତସନ୍ତ। ନିକଟରେ ଖାଇବା ତେଲ ଦର ବଢ଼େଇ ଦିଆଯାଇଛି। ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟରେ ଜିଏଷ୍ଟି ଲାଗୁ କରାଯିବା ଫଳରେ ଏହାର ଦର ଆକାଶ ଛୁଆଁ
ହୋଇଛି। ୭୦ ବର୍ଷଧରି କଂଗ୍ରେସ ଦେଶର ଯେଉଁ ସମ୍ପତି ସୃଷ୍ଟି କରିଥିଲା ତାହାକୁ ମୋଦୀ ତାଙ୍କର ପ୍ରିୟ ଅସାଧୁ କମ୍ପାନୀ ମାନଙ୍କୁ ଦାନ କରି ଚାଲିଛନ୍ତି। ରେଳବାଇ, ବନ୍ଦର, ଏଲଆଇସି, ବ୍ୟାଙ୍କ, ଖଣି ପ୍ରଭୃତି ସମସ୍ତ ରାସ୍ତାୟତ ସମ୍ପତିକୁ ଆଦାନୀ ଆଦି କିଛି
କମ୍ପାନୀ ହାତରେ ବିକି ଦିଆଯାଉଛି। ବ୍ୟାଙ୍କ ଗୁଡ଼ିକୁ ଶୂନ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କର ବହୁ ଅନୁଗତ କମ୍ପାନୀ ଋଣ ନେଲେ କିନ୍ତୁ ପରିଶୋଧ ନକରି ବିଦେଶରେ ଆତ୍ମଗୋପନ କରୁଛନ୍ତି। ସେମାନଙ୍କୁ ଦେଶରୁ ଖସିଯିବା ପାଇଁ ମୋଦୀ ସହାୟତା ଦେଇଛନ୍ତି। ଏ ଦେଶର ଚାଷୀଙ୍କୁ ମୋଦୀ ତିନୋଟି କଳା କୃଷି ଆଇନ କରି ସର୍ବସ୍ୱାନ୍ତ
କରିବାପାଇଁ କଳା ଆଇନ କରିଥିଲେ। ଏହାର ବିରୋଧରେ ଆନ୍ଦୋଳନ କରି ୭୦୦ ଚାଷୀଙ୍କ ଜୀବନ ଗଲା।
ଭାରତର ଭାଇଚାରାକୁ ଅସ୍ଥିର କରିବାପାଇଁ ବିଷ ମଞ୍ଜି ବୁଣି
ଦିଆଯାଉଛି। ଧର୍ମ ନାମରେ ଭାରତର ଅଖଣ୍ଡତାକୁ ଦୁର୍ବଳ କରିବାକୁ ଚକ୍ରାନ୍ତ ଚାଲିଛି। ଗଣତନ୍ତ୍ରକୁ ଶକ୍ତିହୀନ କରାଯାଉଛି। ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ନିରପେକ୍ଷ ରହିବାକୁ ଦିଆଯାଉ ନାହିଁ। ଦେଶରେ ନିର୍ବାଚନ ବ୍ୟବସ୍ଥାକୁ ମଧ୍ୟ କଳଙ୍କିତ କରାଯାଇ ଜିତିବାପାଇଁ ସମସ୍ତ ଅସାଧୁ ଉପାୟ ଅବଲମ୍ବନ କରାଯାଉଛି। ସୁତରାଂ ପ୍ରଧାନମନ୍ତ୍ରୀ ଏ ଦେଶର ସାଧାରଣ ଜନତାଙ୍କୁ ସ୍ୱାର୍ଥ ବିରୋଧି। ପ୍ରଧାନମନ୍ତ୍ରୀଙ୍କ ପାଇଁ ଦେଶର ଯୁବକ ଆଜି ଦିଶାହୀନ ଏବଂ ହତାସ। ଓଡ଼ିଶାରେ ଯେଉଁ ସୁଭଦ୍ରା ଯୋଜନା ଅର୍ଥ ରାଶିର ବଂଟନ ଏବଂ ଜନ୍ମଦିନ ପାଳନ ପାଇଁ ମୋଦୀ ଆସିଛନ୍ତି ତାହା କେବଳ ଡ୍ରାମାବାଜି। ସୁଭଦ୍ରା ଯୋଜନାରେ ହାତି ଦେବି, ଘୋଡ଼ା ଦେବି କହି ବର୍ଷକୁ
ମାତ୍ର ୧୦ ହଜାର ଟଙ୍କା ଦେଇ ମହିଳା ସଶକ୍ତିକରଣର ଯେଉଁ ରଚନା ସୃଷ୍ଟି କରାଯାଉଛି ତାହା କେବଳ ଏ ରାଜ୍ୟର ମହିଳାଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ବିଶେଷ କରିସୁଭଦ୍ରା ଯୋଜନାରେ ଥିବା କଟକଣାରେ ବହୁ ମହିଳା ହିତାଧିକାରୀ ହୋଇପାରିବେ ନାହିଁ। ଏଣୁ ମୋଦୀଙ୍କର ଓଡ଼ିଶାଗସ୍ତ ଏକ ନାଟକବାଜୀ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ, ସୁଦୀପ ସାମଲ, ମନୋଜ ବିଶ୍ୱାଳ, ଗଣେଶ ଦାଶ, ଗୋପନ ମାର୍ଥା, ସ୍ୱାଗତ କର, ଅଜୟ ସାହୁ, ମହମ୍ମଦ ଗୁଲଫାମ, ମିର୍ଜା ଇସଲାମ ବେଗ, ମହମ୍ମଦ ପରଭେଜ, କାର୍ତିକେଶ୍ୱର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ସାହାରୁଖ ଖାନ, ଲିପିକା ପାତ୍ର, ଲିପ୍ସା ନାୟକ, ସୁଭମ ରାଜ, ନିଆଜୁଲ ଇସଲାମ, ଆଶିଷ କୁମାର ମାହୁନ୍ତ,ସୁରଜ ରାଉତ, ସୁନିଲ ସାହୁ ଗାନ୍ଧୀ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking