22.1 C
Bhubaneswar
Monday, March 23, 2026
Homeଓଡିଶାନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

ଭୁବନେଶ୍ଵର: ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଛାତ୍ର ସଂଗ୍ରେସ ତରଫରୁ ସାମାଜିକ ନ୍ୟାୟ ଆଧାରିତ ଚଳଚିତ୍ର “ଫୁଲେ” ପ୍ରଦର୍ଶୀତ କରାଯାଇଛି। କଟକର ବୃନ୍ଦାବନ ହଲରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚଳଚିତ୍ରକୁ ଦେଖୁଥିଲେ। ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଲୋକସଭା ବିରୋଧୀ ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଯେପରି ଅତିତରେ ଜ୍ୟୋତିଭା ଫୁଲେ ଓ ସାବିତ୍ରୀବାଇ ଫୁଲେ ସାମାଜିକ କୁସଂସ୍କାର, ଅଶିକ୍ଷା ଓ ନାରୀ ମାନଙ୍କ ଉପରେ ହେଉଥ‌ିବା ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । ବର୍ତ୍ତମାନ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଓ ନାରୀ ନ୍ୟାୟ ପାଇଁ ରାହୁଲ ଗାନ୍ଧୀ ଲଢ଼େଇ ଜାରି ରଖୁଛନ୍ତି। “ଫୁଲେ” ଚଳଚିତ୍ର ଦେଖ୍ ସାରିବା ପରେ ଛାତ୍ରମାନେ ଏକା ସ୍ବରରେ କହିଥିଲେ ମୁଁ ବି ରାହୁଲ ଗାନ୍ଧୀ, ମୁଁ ବି ଆଣିପାରେ ସମାଜର ପରିବର୍ତ୍ତନ। ଏହି କାର୍ଯ୍ୟକ୍ରମରେ ଯୁବଛାତ୍ରଙ୍କ ଆଦର୍ଶ ଶ୍ରୀ ମାନସ ଚୌଧୁରୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ବିପ୍ଲବ ଶୀଳାଦିତ୍ୟ, ମହମ୍ମଦ ଇମଦାଦ୍ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking