18.1 C
Bhubaneswar
Monday, December 22, 2025
Homeଓଡିଶାଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମଲେଖା ଜାଲିଆତି ହେଇଛି :...

ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମଲେଖା ଜାଲିଆତି ହେଇଛି : ଛାତ୍ର କଂଗ୍ରେସ

ଭୁବନେଶ୍ଵର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ୍ ପ୍ରଧାନ, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ନାମ ଲେଖା ଜାଲିଆତି ହୋଇଛି। ଆବେଦନ‌କାରୀ ଛାତ୍ର ଶ୍ରୀ ବିଜୟ ସାହୁଙ୍କ ଭବିଷ୍ୟତ କେବଳ ଶିକ୍ଷାମନ୍ତ୍ରୀଙ୍କ ପାଇଁ ନଷ୍ଟ ହୋଇଯିବ। ଯାହା ଉତ୍କଳ ବିଶ୍ଵ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଠାରୁ ଖବର ମିଳୁଛି, ଏସବୁ ନାଟକର ନିର୍ଦ୍ଦେଶକ ହେଉଛନ୍ତି ନିଜେ ମନ୍ତ୍ରୀ ସୂର୍ଯ୍ୟବଂଶୀ । କିଛି ସାଧୁ କର୍ମଚାରୀ ଏହି ଦୁର୍ନୀତିକୁ ନାପସନ୍ଦ କରିବା ସହ ଗୁପ୍ତରେ ଆମକୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ।

କେଉଁ କାରଣରୁ ଆବେଦନକାରୀ ମେଧାବୀ ଛାତ୍ର ଶ୍ରୀ ସାହୁଙ୍କୁ ଲାଇବ୍ରେରୀ ଆଣ୍ଡ ଇନ୍‌ଫରମେସନ ସାଇନ୍ସର କୋ-ଅଡ଼ିନେଟର କହିଲେ ଯେ ଚାପର ବଶବର୍ତ୍ତୀ ହୋଇ ସେ ତାଙ୍କର ଆଡ଼ମିସନ୍ କରିପାରୁନାହାନ୍ତି ? ତାଙ୍କର ସ୍ଥାନ ସାମ୍‌ସ ଗ୍ୟାଙ୍କରେ ୧୩ ନମ୍ବର ସ୍ଥାନରେ ଥିଲେ ବି, ୧୫ ନମ୍ବର ସ୍ଥାନରେ ଥିବା ମିତ୍ରଭାନୁ ବଳଙ୍କୁ ନାମଲେଖ ପାଇଁ ସୁଯୋଗ ଦିଆଯାଇଛି। କୋ-ଅଡ଼ିନେଟର ଶ୍ରୀ ମହାପାତ୍ର କହିଲେ ଯେ ଚାକିରୀକୁ ଭୟକରି ସେ ଅନ୍ୟାୟକୁ ଗ୍ରହଣ କରିଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ପି.ଜି. କାଉନ୍‌ସିଲ ଚେୟାରମ୍ୟାନ ନବନୀତା ରଥ, କୁଳପତି ସବିତା ଆଚାର୍ଯ୍ୟ, ଉଚ୍ଚଶିକ୍ଷା ସଚୀବ ଅରବିନ୍ଦ ଅଗ୍ରୱାଲ ଓ କୁଳାଧୂପତି ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟିକୁ ଏହି ସମ୍ବେଦନଶୀଳ ଘଟଣା ବାରମ୍ବାର ଆଣିଲା ପରେ ବି ଫଳ କିଛି ମିଳୁନାହିଁ । ଏହି ନୀରବତା ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିତ ଦୁର୍ନୀତିକୁ ଏମାନଙ୍କର ସମର୍ଥନ ଅଛି ବୋଲି ଜଣାଉଛି। ଏତଦ୍ୱାରା ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଶାସକ ଦଳର ଚାପ, ରାଜନେତାଙ୍କ ଧମକ ଓ ଅର୍ଥକାରବାର ମାଧ୍ୟମରେ ନାମଲେଖା ଚାଲିବ। ଏହାଫଳରେ ମେଧାବୀ ଛାତ୍ରଙ୍କ ସ୍ୱାର୍ଥ ଉପେକ୍ଷିତ ହେବ ଏବଂ ସାମ୍‌ସ ସଂସ୍ଥା ଏକ ଡ୍ରାମାବାଜୀରେ ପରିଣତ ହେବ। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ବେଆଇନ ଆଡ଼ମିସନର ଏକ ପ୍ରକୋଷ୍ଠ ଖୋଲିଛନ୍ତି । ସେହି ପ୍ରକୋଷ୍ଠ ମାଧ୍ୟମରେ ଶାସକ ଦଳର ଅନୁଗତ ଛାତ୍ରମାନେ ଯୋଗ୍ୟତା ନଥାଇ ଯେଉଁଠି ଚାହିଁବେ ବିନା ବାଧାରେ ଆଡ଼ମିସନ କରିପାରିବେ।

ଯଦି ୟୁନିଭରସିଟି ଖୋଲିବାର ୨ ଦିନ ମଧ୍ୟରେ ଏହି ଦୁର୍ନୀତିରେ ଶିକାର ହୋଇଥିବା ଶ୍ରୀ ସାହୁଙ୍କୁ ଆଡ଼ମିସନ କରାନଯାଏ, ତେବେ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯିବ । ବିଚ୍ ରାସ୍ତାରେ ଶିକ୍ଷା ବିଭାଗରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥୁବା ଶିକ୍ଷାମନ୍ତ୍ରୀଙ୍କୁ ଅପମାନିତ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ଵାଳ, ଅଳେଶ ଯାଦବ, ଆଶିଷ ମହନ୍ତି, ସୌମ୍ୟ ବରାଳ, ରାଜେଶ ଦାସ, ବଳରାମ ଲେଙ୍କା, ପାର୍ଥ ସାରଥୀ ଜେନା ଓ ସନ୍ଦୀପ ଶେଖର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking