29.1 C
Bhubaneswar
Monday, February 9, 2026
Homeଓଡିଶାମାନସିକ ନିର୍ଯ୍ୟାତନା ପାଇଁ ଆତ୍ମହତ୍ୟା କରିଛି ଛାତ୍ରୀ: ଆଇସିସି ରିପୋର୍ଟ

ମାନସିକ ନିର୍ଯ୍ୟାତନା ପାଇଁ ଆତ୍ମହତ୍ୟା କରିଛି ଛାତ୍ରୀ: ଆଇସିସି ରିପୋର୍ଟ

-୯ ତାରିଖ ଦିନ ରାତିରେ ଆଇସିସି ରିପୋର୍ଟ ପୂର୍ବତନ ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା
-ତୁରନ୍ତ ଏଚଓଡିଙ୍କ ହେଡ୍ ସିପ୍ ପରିବର୍ତ୍ତନ ପାଇଁ ରିପୋର୍ଟରେ କୁହାଯାଇଥିଲା
-ତଥାପି କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା
-ତୁରନ୍ତ ହେଡ୍ ସିପ୍ ପରିବର୍ତ୍ତନ ହୋଇଥିଲେ ଏପରି ଘଟଣା ଘଟିନଥାନ୍ତା
-୯ ତାରିଖରୁ ୧୨ ତାରିଖ ହୋଇଗଲା ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ
-ଫଳରେ ଧୈର୍ଯ୍ୟହରା ହୋଇ ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ଵର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ମୁଖ୍ୟ(ଏଚଓଡି)ସମୀର କୁମାର ସାହୁଙ୍କ ନାମରେ ଉଭୟ ମାନସିକ ଓ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ ଉକ୍ତ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏନେଇ ଛାତ୍ରୀ ଜଣକ ଅଭିଯୋଗ କରିବା ପରେ କଲେଜ ପକ୍ଷରୁ ଆଇସିସି( ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି) ଗଠନ କରାଯାଇ ତଦନ୍ତ ପାଇଁ କୁହାଗଲା। ତଦନ୍ତ ରିପୋର୍ଟ ଚଳିତ ମାସ ୯ ତାରିଖ ସୁଦ୍ଧା ଆସିଥିଲେ ବି ଏଦିଗରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବା ନେଇ ଜଣାପଡିଛି। କଲେଜର ପୂର୍ବତନ ଅଧ୍ୟକ୍ଷ ଆଇସିସି ରିପୋର୍ଟ ପାଇବା ପରେ ବି ଗିରଫ ହୋଇଥିବା ଏଚ୍ ଓଡି ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ। ଯାହାକ ଫଳରେ ମାନସିକ ଚାପ ଏବଂ ଅସହାୟ ହୋଇ ଛାତ୍ରୀ ସୌମ୍ୟାଶ୍ରୀ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି।
କଣ କହୁଛନ୍ତି କମିଟିର ସଦସ୍ୟା…

‘ଏହି ଘଟଣାରେ ଆମେ ବହୁତ ମର୍ମାହତ। ଆମେ ତାକୁ ବୁଝାଇଥିଲୁ। କାଉନସେଲିଂ ବି କରିଥିଲୁ। ଏହାବ୍ୟତୀତ ଆମେ ସଙ୍ଗେ ସଙ୍ଗେ ଏଚଓଡି ସମୀର ସାହୁଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ପୂର୍ବତନ ଅଧ୍ୟକ୍ଷଙ୍କୁ କହିଥିଲୁ। ତାପର କାମ ତାଙ୍କର ଥିଲା। ଆମର ଆଉ ନୁହେଁ। ୧ ତାରିଖରେ ଆଇସିସିରେ ଅଭିଯୋଗ ଆସିଲା। କମିଟି ବି ଗଠନ ହେଲା ଏବଂ ପରେ ଏହି କମିଟିର ସଦସ୍ୟ ପରିବର୍ତ୍ତନ ହୋଇ ନୂଆ ଛାତ୍ରୀ ଆଡ୍ ହୋଇ ପୁର୍ନଗଠନ ହେଲା। ଆମେ ୩ ତାରିଖ ସକାଳୁ କାମ ଆରମ୍ଭ କରିଲୁ ଏବଂ ୯ ତାରିଖ ରାତି ୯.୧୫ ମିନିଟ୍ ବେଳକୁ ରିପୋର୍ଟ ପ୍ରଦାନ କଲୁ। ପୁରା କମିଟି ହେଡ୍ ସିପ୍ ପରିବର୍ତ୍ତନ ପାଇଁ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପରାମର୍ଶ ଦେଇଥିଲା ଏବଂ ସଙ୍ଗେ ସଙ୍ଗେ ଏହାର ପଦକ୍ଷେପ ନେବାକୁ ରିପୋର୍ଟରେ କୁହାଯାଇଥିଲା।
-ଡଃ. ଜୟଶ୍ରୀ ମିଶ୍ର, ଆସିଷ୍ଟାଣ୍ଟ ପ୍ରଫେସର ତଥା ଆଇସିସିର ପ୍ରିଜାଇଡିଂ ଅଫିସର

ମାନସିକ ଓ ଯୌନ ନିର୍ଯାତନା ହେଉଥିବା ନେଇ ଝିଅ ଅଭିଯୋଗ କରିଥିଲା।‌ ଗତ ମାସ ୩୦ ତାରିଖ ଦିନ ସେମିଷ୍ଟର ପରୀକ୍ଷାରୁ ଯେତେବେଳେ ସେ ବଞ୍ଚିତ ହେବା ପରେ ପୂର୍ବତନ ଅଧ୍ୟକ୍ଷଙ୍କୁ ଭେଟିବାକୁ ଆସିଥିଲା‌। ୩୦ ତାରିଖ ଅଭିଯୋଗ ପରେ ଜୁନ୍ ୧ ରେ କମିଟି ଗଠନ କଲେ ପୂର୍ବତନ ଅଧ୍ୟକ୍ଷ। ଲେଟ୍ ହୋଇଗଲେ ସାର୍ ତାଙ୍କୁ ୪୫ ମିନିଟ୍ ବାହାରେ ଛିଡ଼ା କରାନ୍ତି। ଏବାବଦରେ ଆମେ ବିଏଡ୍ ପିଲାମାନଙ୍କୁ ଡାକି ବୁଝିବାରୁ ଏହା ସତ ଥିଲା। ସମସ୍ତଙ୍କୁ ସାର୍ ବାହାରେ ଛିଡ଼ା କରାନ୍ତି। ଏଥିସହିତ ୪ର୍ଥ ମିଡ୍ ସେମ୍ ପରୀକ୍ଷା ଦେବାରୁ ତାକୁ ବଞ୍ଚିତ କରିବାରୁ ତାକୁ ତାହା ଅଧିକ ବାଧିଛି। କ୍ଲାସ ବାହାରେ ଛିଡ଼ା କରାଇବା ଏବଂ ପରୀକ୍ଷା ପାଇଁ ଅନୁମତି ନଦେବା ଛାତ୍ରୀ ପାଇଁ ନିର୍ଯ୍ୟାତନା ହୋଇଛି। କିନ୍ତୁ ଏଚଓଡି ହିସାବରେ ସବୁ ପିଲାମାନଙ୍କ ଉପରେ ଏହି ନିୟମ ଲାଗୁ କରିଥିଲେ। ଏହାବ୍ୟତୀତ ଏଚଓଡି ସମୀର ବାବୁ ଛାତ୍ରୀଙ୍କୁ ଫେବର୍ ମଧ୍ୟ ମାଗିଥିଲେ। ଯାହା ସେକ୍ସୁଆଲ ଆଡକୁ ଇଙ୍ଗିତ କରୁଛି।
ତେବେ ଏହାକୁ ନେଇ ଆମକୁ କିଛି ପ୍ରମାଣ ମିଳିଲା ନାହିଁ। ତେଣୁ ଆମେ ବିଏଡ୍ ର ୬୦ ଜଣ ପିଲାଙ୍କୁ ଡାକି ପଚାରିଥିଲୁ। ସେତେବେଳେ ସମସ୍ତେ ସମୀର ସାହୁଙ୍କର ସେମିତି କିଛି ଚରିତ୍ରଗତ ସମସ୍ୟା ନାହିଁ ବୋଲି କହିଥିଲେ। ତେବେ ସୌମ୍ୟାଶ୍ରୀ ଅଭିଯୋଗ କରୁଥିବା ବେଳେ ଅନ୍ୟ ପିଲାମାନେ ଏନେଇ କିଛି ଅଭିଯୋଗ ନଥିଲା। ସେଥିପାଇଁ ଆମେ କିଛି ସତ୍ୟତା ପାଇଲୁ ନାହିଁ। କିନ୍ତୁ କ୍ଲାସ ବାହାରେ ଛିଡ଼ା କରାଇବା, ପରୀକ୍ଷା ଦେବାକୁ ନଦେବା ଆଦି ଏକ ନିର୍ଯ୍ୟାତନା। ଯାହାଦ୍ବାରା ସୌମ୍ୟଶ୍ରୀ ପ୍ରଭାବିତ ହୋଇଥିଲା। ସବୁ ତଦନ୍ତ ପରେ ଆମେ ଜାଣିଲୁ ଯେ ସାର୍ ଙ୍କ ବ୍ୟବହାର ଭଲ ନୁହେଁ। ସେଥିପାଇଁ ଆମେ ରିପୋର୍ଟରେ ଏବାବଦରେ ଲେଖିଥିଲୁ। ଏଥିସହ ହେଡ୍ ସିପ୍ ତୁରନ୍ତ ପରିବର୍ତ୍ତନ ପାଇଁ ଆମେ ରିପୋର୍ଟରେ ଲେଖିଥିଲୁ। ଏଥିସହ ପୂର୍ବତନ ଅଧ୍ୟକ୍ଷଙ୍କୁ ଏନେଇ ବାରମ୍ବାର ଆମେ କହିଛୁ।‌ ଯଦି ସେତେବେଳେ ହେଡ୍ ସିପ୍ ପରିବର୍ତ୍ତନ ପଦକ୍ଷେପ ନିଆଯାଇଥାନ୍ତା ତାହେଲେ ହୁଏତ ଛାତ୍ରୀ ଜଣକ ଖୁସି ହୋଇଥାନ୍ତା। ନ୍ୟାୟ ମିଳିବ ବୋଲି ଆଶା ବାନ୍ଧିଥାନ୍ତା ଏବଂ ଆଗକୁ ସେ ଧୈର୍ଯ୍ୟ ମଧ୍ୟ ଧରିଥାନ୍ତା। ସେ କେବଳ ଆମକୁ ଜଣାଇ ନାହାନ୍ତି ସେ ତ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଟୁଇଟ୍ କରିଛି। ସେମାନେ ବି ଏକକାଳୀନ ଆସି ଏହାର ତଦନ୍ତ କରିପାରିଥାନ୍ତେ। କିଛି ପଦକ୍ଷେପ ନେଲେ ନାହିଁ। ଆମ ସ୍ତରରେ ଆମେ ତଦନ୍ତ କରି ପାଇଲୁ ଯେ ଯୌନ ନିର୍ଯାତନା ହୋଇନି, କିନ୍ତୁ ମାନସିକ ନିର୍ଯ୍ୟାତନା ପାଇ ଆତ୍ମହତ୍ୟା କରିଛି।
-ଡଃ. ମିନତୀ ସେଠୀ, ଆସିଷ୍ଟାଣ୍ଟ ପ୍ରଫେସର ତଥା ଆଇସିସି ସଦସ୍ୟା
ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଯାହା ଘଟିବା କଥା ନୁହେଁ। କାହିଁକି ଘଟିଲା ତାହାକୁ ନେଇ ତଦନ୍ତ ଚାଲିଛି। ମୁଁ ଅଧିକ ଶୃଙ୍ଖଳା ଉପରେ ଗୁରୁତ୍ବ ଦେବି।ଗୋଟେ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତଙ୍କ ଉପରେ ନିର୍ଭର କରେ। ଯେଉଁମାନେ ଶିକ୍ଷାନୁଷ୍ଠାନ ବା କଲେଜର ଅଂଶବିଶେଷ ସେମାନଙ୍କ ଭିତରେ ଶୃଙ୍ଖଳା ରହିବା ଦରକାର। କର୍ମଚାରୀ ଯଦି ଦାୟିତ୍ଵ ଠିକ୍ ଭାବେ ତୁଲାଇବେ ତାହେଲେ ପିଲା ବି ସନ୍ତୁଷ୍ଟ ରହିବେ। ସମସ୍ତଙ୍କ ସହଯୋଗରେ ଗୋଟେ ସଂସ୍ଥା ଚାଲିପାରିବ। ଏହା ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟ। ତେଣୁ ଏହି କଲେଜରେ ପଢ଼ିବା ପାଇଁ ଏହି ଘଟଣା ବିଶେଷ ପ୍ରଭାବିତ କରିବ ନାହିଁ। ଯଦିଓ ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବା ସେପରି ହେବା କଥା ନୁହେଁ , ତଥାପି ଗୋଟିଏ ଘଟଣା ଯେପରି କଲେଜ ସୁନାମର ଆଞ୍ଚ ନ ଆସୁ ସେ ଦିଗରେ ଆମେ ସମସ୍ତେ ଚେଷ୍ଟା କରିବା।

ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ଭିତରେ ସମ୍ପର୍କ ଭଲ କେମିତି ରହିବ ତାହା ଉଭୟଙ୍କ ଉପରେ ନିର୍ଭର କରେ। ଉଭୟଙ୍କ ଭିତରେ ବିଶ୍ବାସ ରହିବା ଦରକାର। ଏଦିଗରେ ଉଦ୍ୟମ କରାଯିବ। ସିସିଟିଭିର ସବୁଆଡ଼େ କଭରେଜ୍ ନଥାଏ। ନିଆଁ ଲଗାଇବା ଜାଗାରେ ସିସିଟିଭି ନାହିଁ। କଲେଜରେ ସମୁଦାୟ ୧୩ ଟି ସିସିଟିଭି ରହିଛି। ସେଦିନର ଫୁଟେଜ୍ ତଦନ୍ତ ପାଇଁ ନିଆଯାଇଛି। ଏନେଇ ଅଧିକ ତଦନ୍ତ ପୋଲିସ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking