17.1 C
Bhubaneswar
Wednesday, February 4, 2026
Homeଓଡିଶାପଢ଼ାଘରେ ଛାତ୍ରଙ୍କ ଆତ୍ମହତ୍ୟା

ପଢ଼ାଘରେ ଛାତ୍ରଙ୍କ ଆତ୍ମହତ୍ୟା

କୁଆରମୁଣ୍ଡା : ପାଠ ନ ପଢ଼ି ମୋବାଇଲ୍‌ ଗେମ୍‌ ଖେଳୁଥିଲେ। ମା’ ଦେଖି ବିରକ୍ତି ପ୍ରକାଶ କଲେ। ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ପାଠ ପଢ଼ିବାକୁ ତାଗିଦ୍‌ କଲେ। ଏହାକୁ ସହି ପାରିଲେନି ପୁଅ। ଅଭିମାନରେ ପଢ଼ାଘରେ ପଶି ଫାଶୀଦେଇ ଜୀବନ ହାରିଦେଲେ। ଏପରି ଅଭାବନୀୟ ଘଟଣା ଘଟିଛି କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚାର୍ଡିହରିହରପୁର ଗ୍ରାମରେ। ଗ୍ରାମର ସୁରେନ୍ଦ୍ର କିସାନଙ୍କ ପୁଅ ଦୀନବନ୍ଧୁ(୧୫) ଶନିବାର ସନ୍ଧ୍ୟାରେ ନିଜ ପଢ଼ାଘରେ ବେକରେ ଓଢ଼ଣୀବାନ୍ଧି ଆତ୍ମହତ୍ୟା କରିଛନ୍ତି। ଏନେଇ ରବିବାର ବାପା ସୁରେନ୍ଦ୍ର ଫାଣ୍ଡିରେ ଏତଲା ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking