22.1 C
Bhubaneswar
Wednesday, January 21, 2026
Homeଓଡିଶାସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା

ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ବ୍ରହ୍ମପୁତ୍ର ଛାତ୍ରାବାସରେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ଅର୍ଥନୀତି ବିଭାଗର ସୁରଜ୍ କୁଜୁର । ତାଙ୍କ ଘର ସୁନ୍ଦରଗଡ ବୋଲି ଜଣାପଡିଛି । ସେ ଛାତ୍ରାବାସ ରୁମ ନଂ ୫୨ରେ ଏକୁଟିଆ ରହୁଥିଲେ । ମଙ୍ଗଳବାର ରାତିରେ ସ‌ହପାଠୀମାନେ ତାଙ୍କୁ ରାତ୍ର ଭୋଜନ କରିବା ପାଇଁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନଙ୍କ ସନ୍ଦେହ ହେବାରୁ କିଛି ସହପାଠୀ ଝରକାକୁ ଚଢ଼ି ଦେଖିଥିଲେ । ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।ଘଟଣା ସମ୍ପର୍କରେ ବୁର୍ଲା ପୁଲିସ ସମେତ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ମୃତ ଛାତ୍ରଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଛନବିନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking