ଭୁବନେଶ୍ୱର: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପିଙ୍କୁ ପୋଲିସ ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଲେ । କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ । ସୂଚନାଥାଉକି, ଆଜି ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ । ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ । ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ । ଘଟଣାସ୍ଥଳରେ ଏଯାବତ ପୋଲିସ ପହଞ୍ଚି ନଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନାହିଁ । ଏହି ଖବର ଶୁଣି ଗାଁରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।










