34.1 C
Bhubaneswar
Sunday, February 22, 2026
Homeଓଡିଶାଛାତ୍ରୀ ପୋଡ଼ି ମରିବା ଘଟଣା ବି ଥମୁନି ଝିଅ ବଞ୍ଚିବାକୁ ଚାହୁଥିଲା: ପରିବାର

ଛାତ୍ରୀ ପୋଡ଼ି ମରିବା ଘଟଣା ବି ଥମୁନି ଝିଅ ବଞ୍ଚିବାକୁ ଚାହୁଥିଲା: ପରିବାର

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗାଁରେ ସୋମବାର ଜଣେ ୧୩ ବର୍ଷୀୟା ନାବାଳିକା ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାର ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଏହି ଘଟଣାକୁ ଗରୁତ୍ବର ସହ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ପିସିସି ମୁଖପାତ୍ର ହମିଦ ହୁସେନଙ୍କ ଅଧ୍ୟକ୍ଷତାରେ ହରଦୀପ ସିଂ, ନିପନ ଦାଶ, ଅନନ୍ତ ପାଢ଼ୀ, କିଶୋର ଦଫାଦାର, ଅଭିଷେକ ସେଠ, ସୁନିତା ବାଗ, ନୀଳିମା ଅଗ୍ରୱାଲ, ସୁଧାରାଣୀ ସାହୁ, ରବି ପଣ୍ଡା ଓ କିଶୋର ସାହୁ ସଦସ୍ୟ ଥିବା ଏକ ତଥ୍ୟ ଅନୁଧ୍ୟାନ ଦଳ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ l ଅଗଷ୍ଟ ୧୨ ତାରିଖ ଦିନ ତଥ୍ୟ ଅନୁଧ୍ୟାନ କାରୀ ଦଳ ଘଟଣା ସ୍ଥଳକୁ ଯାଇ ମୂତକାଙ୍କ ମା ପୁଷ୍ପା ସେଠ୍ ଭେଟିଥିଲେ ଯିଏ କି ଉକ୍ତ ଘଟଣା ପ୍ରତ୍ୟକ୍ଷଦର୍ଶୀ ଥିଲେ ଏବଂ ତା ସହିତ ମାମୁଁ ବିନୋଦ ସେଠ୍ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟି ଘଟଣା ବିଷୟରେ ଅବଗତ ହୋଇଥଲେ। ଅନୁଧ୍ୟାନକାରୀ ଦଳ ଜାଣିବାକୁ ପାଇଥିଲେ ଯେ ପଡ଼ିଆରେ କେବଳ ଗୋଟିଏ ସ୍ଥାନରେ ପୋଡ଼ି ହୋଇଥିବା ଚିହ୍ନ ରହିଥିଲା। ଯାହାକି ଅସ୍ବାଭାବିକ ଅଟେ। ପୋଡ଼ି ଘଟଣା ପଛରେ ଆତ୍ମହତ୍ୟା କଲା ଭଳି କୌଣସି ଉଦ୍ଦେଶ୍ୟ ଜଣା ପଡ଼ିନଥିଲା। ପରିବାରବର୍ଗ ଉକ୍ତ ଘଟଣାରେ କୌଣସି କଥା ପ୍ରକାଶ କଲେ ନାହିଁ। ପରିବାରବର୍ଗଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ନ ଥିଲା। ଜଣେ ସାକ୍ଷୀ ସତ୍ୟଙ୍କ କହିବା ଅନୁସାରେ ପୋଡ଼ି ହେବାପରେ ସେ ଆଉ ଜୀବିତ ନ ଥିଲା। କିନ୍ତୁ ମୃତକାଙ୍କ ମା କହୁଥିଲେ ସେ ବାରମ୍ବାର ପାଣି ପିଇବା ପାଇଁ ମାଗୁଥିଲା। ପରିବାରବର୍ଗଙ୍କ କହିବା ଅନୁସାରେ ଅନେକ ଲୋକ ନିଆଁ ଲିଭାଇବା ପାଇଁ ଆସିଥିଲେ। କିନ୍ତୁ ଆମେ ପଚାରିବା ବେଳେ କେହି ମଧ୍ୟ ନିଆଁ ଲିଭା କଥା ପ୍ରକାଶ କରି ନ ଥିଲେ। ସେ ପୋଡ଼ି ହେଲାବେଳେ ମୋତେ ଡାକ୍ତର ପାଖକୁ ନିଅ ଏବଂ ବଞ୍ଚାଇବା ପାଇଁ କହୁଥିଲା। ଏହାର ଅର୍ଥ ସେ ବଞ୍ଚିବା ପାଇଁ ଚାହୁଁଥିଲା। ତେଣୁ ଆତ୍ମହତ୍ୟା କରିଥିବା ସନ୍ଦେହ ଜନକ।

ଏ ସବୁ ସତ୍ତ୍ୱେ ପୋଲିସ ଅଧିକାରୀ ଏବଂ ଆଇଜି ସମ୍ବଲପୁର ଏହା ଆତ୍ମହତ୍ୟା ଜନିତ ଘଟଣା ବୋଲି ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ବୃଦ୍ଧି ପାଉଥିବା ପୋଡ଼ି, ଦୁଷ୍କର୍ମ ଓ ନାରୀ ନିର୍ଯାତନା ଯୋଗୁଁ ବୋଧ ହୁଏ ପୋଲିସ ଗଭୀର ଅନୁସନ୍ଧାନ ନ କରି କେସକୁ ରଫାଦଫା କରିବାକୁ ଚାହୁଁଥିଲା। ନିକଟ ବର୍ତ୍ତି ଗାଇସିଲେଟ ପୋଲିସ ଷ୍ଟେସନ ୬ କିମି ଦୂରରେ ଥିଲେ ମଧ୍ୟ ପୋଲିସକୁ ଆସିବାକୁ ଦୁଇଘଣ୍ଟା ସମୟ ଲାଗିଥିଲା। ଏହି ଅବସରରେ କମିଟିର ଅଧ୍ୟକ୍ଷ ଡ ହମିଦ ହୁସେନ ସରକାରଙ୍କ ନିକଟରେ ଦାବି ରଖିଛନ୍ତି କି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ପୋଲିସ ଅନୁସନ୍ଧାନ କରୁ। ଏହାର ତଦନ୍ତ କ୍ରାଇମବ୍ରାଞ୍ଚ୍ କିମ୍ବା ନ୍ୟାୟିକ ତଦନ୍ତ କରାଯାଉ ଏବଂ ମୃତକଙ୍କ ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଉକ୍ତ ଘଟଣା ସ୍ଥଳକୁ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା ଗତକାଲି ପରିଦର୍ଶନ କରି ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ଗଭୀର ସମବେଦନା ଜ୍ଞାପନ କରିବା ସହ ସରକାରଙ୍କ ନିକଟରେ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଦାବି କରିଥିଲେ। ବରଗଡ଼ ଜିଲ୍ଲା କଂଗ୍ରେସ ସଂଯୋଜକ ହରଦିପ ସିଂଙ୍କ ତତ୍ବାବଧାନରେ କିଶୋର ଦଫାଦାର, ଅଭିଷେକ ସେଠ୍, ସୁନିତା ବାଗ, ମୌସୁମୀ ସାହୁ, ଗୁରୁବାରି ଭୋଇ, ଘନ ପାତ୍ର, ପାଣ୍ଡବ କର୍ଣ୍ଣ ଓ ଜିତେଶ୍ୱରି ଭୋଇ ପ୍ରମୁଖ ତଥ୍ୟ ଅନୁଧ୍ୟାନ କାରୀ ସଦସ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking