22.1 C
Bhubaneswar
Friday, December 5, 2025
Homeଓଡିଶାହଷ୍ଟେଲରେ ଛାତ୍ରଙ୍କୁ ମାଡ: ୪ ଅଟକ

ହଷ୍ଟେଲରେ ଛାତ୍ରଙ୍କୁ ମାଡ: ୪ ଅଟକ

ଦଶପଲ୍ଲା: ଘରୋଇ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ । ୩ ଦଶମ ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ପାଇପ୍ ଓ କ୍ରିକେଟ ବ୍ୟାଟରେ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ନିସ୍ତୁକ ମାଡର ଭିଡିଓ ଭାଇରାଲ୍ ହୋଇଛି, ଲହୁଲୁହାଣ ଲହ ହାତ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଭିଡିଓ ଭାଇରାଲ୍ ପରେ ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ହଷ୍ଟେଲ ମାଲିକଙ୍କ ସହ ୩ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୂଚନା ଅନୁସାରେ, ପ୍ରାୟ ୩-୪ ମାସ ପୂର୍ବେ ଏକ ଘରୋଇ ହଷ୍ଟେଲରେ ତିନି ଜଣ ଦଶମ ଶ୍ରେଣୀ ଛାତ୍ର ତାଙ୍କୁ ପାଇପ୍ ଏବଂ କ୍ରିକେଟ୍ ବ୍ୟାଟ୍ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣର ଭିଡିଓ ଆଜି ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଶପଲ୍ଲା ଥାନା ଆଇଆଇସି ଆଜି ଏନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking