ସୁନ୍ଦରଗଡ: ବିଷକ୍ରିୟା ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡ ତାମଡା ବନାଞ୍ଚଳ କୁସୁମଡିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଥିଲା । ଗତକାଲି ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା । ଅଞ୍ଚଳବାସୀ ଏନେଇ ବାରମ୍ବାର ବନବିଭାଗକୁ ସୂଚନା ଦେଇଥିଲେ ହେଁ ବିବାଗ ପକ୍ଷରୁ କେବଳ ଟ୍ରାପ କ୍ୟାମେରା ଲଗାଯିବ ବୋଲି କହି ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ଆଜି ସକାଳୁ ବାଘର ମୃତଦେହ ମିଳିଛି । ଯେଉଁ ସ୍ଥାନରେ ବାଘର ମୃତଦେହ ମିଳିଛି ସେହି ସ୍ଥାନରେ ବନ ବିଭାଗ ବିଷ ପଡିଥିବା ଦେଖିବାକୁ ପାଇଛି । ବାଘକୁ ବିଷ ଦେଇ ମାରି ଦିଆଯାଇଛି ବୋଲି ବନ ବିଭାଗ କହିଛି । ଘଟଣାର ତଦନ୍ତ ଚାଲିଥିବା ବେଲେ ପ୍ରାଣୀଧନ ଚିକିତ୍ସା ୍ଧିକାରୀ ଓ ବନ ବିଭାଗର ବରିଷ୍ଠ ଅଦିକାରୀମାନବେ ସେଠାରେ ରହି ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।










