25.1 C
Bhubaneswar
Tuesday, December 9, 2025
Homeଓଡିଶାଶିକାରୀ ଫାସରେ ପଡିଲା କଲରାପତରିଆ ବାଘ

ଶିକାରୀ ଫାସରେ ପଡିଲା କଲରାପତରିଆ ବାଘ

ଅନୁଗୁଳ: ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ଫାସରେ ପଡିଛି କଲରାପତରିଆ ବାଘ । ଗତକାଲି ରାତିରେ ଏହି ବାଘ ଶିକାରୀ ଫାସରେ ପଡିଥିବା ବେଳେ ଆଜି ସକାଳେ ଘଟଣା ସଂପର୍କରେ ଜଣା ପଡିଥିଲା । ତେବେ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ସୂଚନା ଅନୁସାରେ ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି । ଗତକାଲି ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ଫାସ ବିଛାଇ ଥିବା ବେଳେ ବିଳମ୍ବିତ ରାତିରେ କଲରାପତରିଆ ବାଘ ଫାସରେ ପଡିଥିଲା । ଆଜି ବାଘ ଗର୍ଜନ ଶୁଣି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ କର୍ମଚାରୀମାନେ ଘଟମାସ୍ଥଳରେ ପହଞ୍ଚିଛନ୍ତି । ଡାକ୍ତରୀ ଟିମ ସେଠାରେ ପହଞ୍ଚି ଟ୍ରାଙ୍କୁଲାଇଜ କରିବା ପରେ ଫାସରୁ ବାଘକୁ ଉଦ୍ଧାର କରାଯିବ । ତେବେ ଏ ପର୍ଯ୍ୟନ୍ତ ସେଠାରେ ଡାକ୍ତରୀ ଟିମ ପପହଞ୍ଚିନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking