16.1 C
Bhubaneswar
Monday, February 9, 2026
Homeଓଡିଶାଫେବୃଆରୀ ୧ରୁ ନିୟମ କଡ଼ାକଡ଼ି; ଗାଡ଼ିର ଇନ୍‌ସ୍ୟୁରାନ୍ସ ନଥିଲେ ଟୋଲ୍‌ଗେଟ୍‌ରେ କଟିବ ଚାଲାଣ

ଫେବୃଆରୀ ୧ରୁ ନିୟମ କଡ଼ାକଡ଼ି; ଗାଡ଼ିର ଇନ୍‌ସ୍ୟୁରାନ୍ସ ନଥିଲେ ଟୋଲ୍‌ଗେଟ୍‌ରେ କଟିବ ଚାଲାଣ

ଭୁବନେଶ୍ୱର: ମୋଟର ଗାଡ଼ିର ଇନ୍‌ସ୍ୟୁରାନ୍ସ ନଥିଲେ ଟୋଲଗେଟ୍‌ରେ କଟିବ ଇ-ଚାଲାଣ। ସ୍ୱୟଂକ୍ରିୟ ପ୍ରଣାଳୀ ବା ଇ-ଡିଟେକ୍ସନ ପ୍ରକ୍ରିୟାରେ ଦ୍ୱାରା ହେବ। ଆସନ୍ତା ଫେବୃଆରୀ ପହିଲାରୁ ରାଜ୍ୟରେ ତାହା ଲାଗୁ କରାଯିବ। ମୋଟର ଯାନ ଆଇନ ଅନୁଯାୟୀ ବୈଧ ବୀମା ନଥାଇ ଗାଡ଼ି ଚଳାଚଳ କରୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ଅଛି।

ମାତ୍ର ବିନା ଇନ୍‌ସ୍ୟୁରାନ୍ସରେ ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ କିଛି ଗାଡ଼ି ବେଆଇନ ଭାବେ ଚାଲୁଥିବା ନଜରକୁ ଆସିଛି। କୌଣସି ଦୂର୍ଘଟଣା ବା କିଛି ସମସ୍ୟା ଘଟିଲେ ଉକ୍ତ ଗାଡ଼ିଗୁଡ଼ିକ ଖସି ଯାଉଛନ୍ତି। ସେଥିପାଇଁ ନିୟମ କଡ଼ାକଡ଼ି କରାଯାଇଛି। ଫେବୃଆରୀ ପହିଲାରୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ ଆସନ୍ତା ଲାଗୁ ହେଉଛି। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟ୍‌ରେ ତାହା କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତି ସ୍ପଷ୍ଟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking