ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ନିୟମ କଡାକଡି ସହ ଲାଗିଲା ନୋଟିସ । ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ ଯିବେ । ଚନ୍ଦକା ଥାନାର ପିସିଆର କର୍ମଚାରୀ ଲାଞ୍ଚ ନେବାର ପ୍ରମାଣ ମିଳିଥିଲା । ପିସିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ କଡାକଡି ଲାଗୁ କରାଯାଇଛି । ଅବସରପ୍ରାପ୍ତ ସେନାଧିକାରୀ ଲାଞ୍ଚ ନେଲେ ଗିରଫ ସହ ପେନସନ ବନ୍ଦ ବୋଲି ମଧ୍ୟ କୁହାଯାଇଛି । ସେହିପରି ଅନ୍ୟ ସମସ୍ତ କର୍ମଚାରୀ ଧରାପଡିଲେ ଗିରଫ ସହ ଚାକିରିରୁ ବିଦା ହେବେ ।










