ଭୁବନେଶ୍ୱର: କଠୋରରୁ କଠୋର ଦଣ୍ଡ ଦିଆଯିବ କହିଲେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସୁନ୍ଦରଗଡରେ ଚୋରା କୋଇଲା ଖଣି ସ୍ଥିତି ପରଖିବା ପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଯେଉଁମାନେ ସଂପୃକ୍ତ ଅଛନ୍ତି କଠୋରରୁ କଠୋର ଦଣ୍ଡ ଦିଆଯିବ । ଦୀର୍ଘ ବର୍ଷ ଧରି ଲୁଟପାଟ କରିଥିଲେ । ଏବେ ବାନ୍ଧିବାର ସମୟ ଆସିଛି । ନିଶ୍ଚିତ ବନ୍ଧା ହେବେ . କଠୋରରୁ କଠୋର ଦଣ୍ଡ ଦିଆଯିବ । ୧୫-୨୦ ବର୍ଷ ହେବ ଏଠି ଲୁଟପାଟ ଚାଲିଥିଲା । ମାଫିଆଙ୍କ ଦ୍ୱାରା ଭୟଭୀତ କରାଇ ମିଡିଆକୁ ଚୁପ କରାଯାଇଥିଲା । ନୂଆ ସରକାର ଆସିବା ପରେ ସବୁ ଉଜାଗର ହୋଇଛି । ଏହାର କାଯ୍ୟାନୁଷ୍ଠାନ ହେବ ।