22.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଅଜବ ; ସାପ କାମୁଡ଼ିବାରୁ ସାପକୁ କାମୁଡ଼ିଲେ ବ୍ୟକ୍ତି

ଅଜବ ; ସାପ କାମୁଡ଼ିବାରୁ ସାପକୁ କାମୁଡ଼ିଲେ ବ୍ୟକ୍ତି

ବିହାର : ବିହାରରେ ଘଟିଛି ଅଭାବନୀୟ ଘଟଣା । ସାପ କାମୁଡ଼ିବାରୁ ସାପକୁ କାମୁଡ଼ିଲେ ବ୍ୟକ୍ତି । ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର ଶ୍ରମିକ ଭାବେ କାମ କରନ୍ତି। ସେ ରେଳ ଧାରଣାରେ ଟ୍ରାକ ବିଛାଇବା କାମରେ ନିୟୋଜିତ ଅଛନ୍ତି। ସେ ଦିନ ସାରା ସେଠାରେ କାମ କରିବା ପରେ ବେସ୍‌ କ୍ୟାମ୍ପକୁ ଫେରି ଶୋଇ ପଡ଼ିଥିଲେ। ଏତିକି ବେଳେ ଗୋଟିଏ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସେ ତୁରନ୍ତ ସାପକୁ ନିଜ ହାତରେ ଧରି ପକାଇବା ସହ ତାକୁ ଦୁଇ ଥର କାମୁଡ଼ି ଦେଇଥିଲେ। ସାପର ବିଷ କାଢ଼ିବାକୁ ହେଲେ ଓଲଟା ସାପକୁ କାମୁଡ଼ିବାକୁ ପଡ଼େ ବୋଲି ସେ ବିଶ୍ୱାସ କରି ଏପରି କରିଥିଲେ। ସେ ସାପକୁ ଦୁଇ ଥର ଜୋରରେ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ମଧ୍ୟ ହୋଇଥିଲା। କିନ୍ତୁ ଲୋହାର ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ସେଠାରେ ଥିବା ତାଙ୍କର ସହଯୋଗୀମାନେ ରାଜୌଲି ସବଡିଭିଜନ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଲୋହାର ମଧ୍ୟ ତୁରନ୍ତ ସୁସ୍ଥ ହେବାକୁ ଲାଗିଥିଲେ ଓ ଦିନକ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking