ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଟଙ୍କା । ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ଅନୁଯାୟୀ ୪୨୩ କୋଟି ୫୫୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ୭ଦିନ ଭିତରେ ଜିଲ୍ଲାପାଳ ଦେବେ କ୍ଷୟକ୍ଷତି ଟଙ୍କା । ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ଟଙ୍କା ପଠାଯିବ । ଆଜି ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପହଞ୍ଚିଛି । ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡାନ୍ତ ଆକଳନ ଅନୁଯାୟୀ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବିଭିନ୍ନ ବିଭାଗର କ୍ଷୟକ୍ଷତି ଅର୍ଥ ରାଶି ବୁଧବାର ସନ୍ଧ୍ୟାରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।