19.1 C
Bhubaneswar
Sunday, February 22, 2026
Homeଓଡିଶାବାତ୍ୟା: ବିଜେପିର ହେଲ୍ପ ଲାଇନ ଜାରି

ବାତ୍ୟା: ବିଜେପିର ହେଲ୍ପ ଲାଇନ ଜାରି

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା । ଆଉ ବାତ୍ୟା ପାଇଁ ବିଜେପି ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ତାହା ହେଲା ୦୬୭୪-୨୩୯୩୯୮୪ । ଏନେଇ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ । ସମସ୍ତ ବିଧାୟକ, ମନ୍ତ୍ରୀ ଓ କର୍ମକର୍ତ୍ତା ଲୋକମାନଙ୍କ ସେବାରେ ରହିବେ । ଏପରିକି ବାତ୍ୟା ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆଗେଇ ଆସିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଛନ୍ତି । ନିଜ ଟ୍ୱିଟ୍‌ରେ ସେ ଲେଖିଛନ୍ତି,”ସାମୁଦ୍ରିକ ବାତ୍ୟା ‘ଦାନା’ ଦ୍ୱାରା ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି ।”

ସେ ଆହୁରି ମଧ୍ୟ ଲେଖିଛନ୍ତି “ରାଜ୍ୟରେ ଧନ ଜୀବନକୁ ସୁରକ୍ଷିତ ରଖିବା ସହିତ ବାତ୍ୟାର ସଫଳ ମୁକାବିଲା କରିବା ନିମନ୍ତେ ଆମ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଭଳି ସମୟରେ ଜନସାଧାରଣ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବାକୁ ଅନୁରୋଧ କରୁଛି ।” “ଆମ ଦଳର କାର୍ୟ୍ୟକର୍ତ୍ତାମାନେ ନିଜର ଶକ୍ତି ଓ ସାମର୍ଥ୍ୟ ସହ ବାତ୍ୟା ପ୍ରଭାବିତ ହେବାକୁ ଥିବା ସ୍ଥାନର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରୁଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ଜନସାଧାରଣଙ୍କର କିଛି କ୍ଷତି ନ ହେଉ, ଏହା ହିଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking