ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ଟାର୍ଗେଟ କରିଛନ୍ତି । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ । ମମତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବାଂଶୁରୀ ସ୍ୱରାଜ । ଏଥିସହିତ ପଶ୍ଚିମବଙ୍ଗରେ ଘଟିଥିବା ଏକାଧିକ ଦୁଷ୍କର୍ମ ମାମଲାକୁ ନେଇ ବର୍ଷିଛନ୍ତି । ମମତାଙ୍କ ଶାସନରେ ଚାଲିଥିବା ଅରାଜକତା ଏହା ପ୍ରମାଣ ବୋଲି କହିଲେ । ମହିଳାଙ୍କୁ ସର୍ବଦା ଦୋଷାରୋପ କହି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି । ରେପକୁ ଜଷ୍ଟିଫାଏ କରିବା ବନ୍ଦ କରି ଜଷ୍ଟିସ ଦେବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ।









