27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଧାର୍ମିକ ଶୋଭାଯାତ୍ରା ଉପରକୁ ପଥର ମାଡ଼ ଘଟଣା: ୮ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ

ଧାର୍ମିକ ଶୋଭାଯାତ୍ରା ଉପରକୁ ପଥର ମାଡ଼ ଘଟଣା: ୮ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ

ପାଟନା: ବିହାରର ଜାମୁଇ ଜିଲ୍ଲାରେ ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବା ବେଳେ ଟେକାପଥର ମାଡ଼ ଘଟଣାରେ ମଙ୍ଗଳବାର ୮ଜଣଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁଯାୟୀ ରବିବାର ଅପରାହ୍ଣ ୪ଟା ୩୦ରେ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ଏକ ଶୋଭାଯାତ୍ରାରେ ମନ୍ଦିରରୁ ଫେରୁଥିବାବେଳେ ସେମାନଙ୍କ ଉପରେ ଟେକାପଥର ମାଡ ହୋଇଥିଲା। ଶୋଭାଯାତ୍ରାରେ ପ୍ରାୟ ୬ଜଣ ପୁଲିସ କର୍ମଚାରୀ ଥିବା ସତ୍ତ୍ୱେ ସେମାନଙ୍କ ଉପରେ ଅନ୍ୟ ସମ୍ପ୍ରଦାୟର ଲୋକ ଆକ୍ରମଣ କରିଥିଲେ।

ଏଥିରେ ଜାମୁଇ ନଗର ପରିଷଦର ଉପାଧ୍ୟକ୍ଷ ନୀତୀଶ ଶାହା ଓ ଅନ୍ୟ ୫ଜଣ ଆହତ ହୋଇଥିଲେ। ଜାମୁଇ ଜିଲାର ଝାଝା ଥାନା ଅନ୍ତର୍ଗତ ବାଲୁଆଡିହ ଗ୍ରାମରେ ଏହି ଆକ୍ରମଣ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଜାମୁଇ ଆରକ୍ଷୀ ଅଧୀକ୍ଷକ ମଦନ କୁମାର ଆନନ୍ଦଙ୍କ କହିବା ଅନୁଯାୟୀ ଏହି ଘଟଣାରେ ଦୁଇଟି ଏତଲା ଦାୟର କରାଯାଇଛି। ଗୋଟିଏ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ଦାୟର କରାଯାଇଛି। ଏଥିରେ ୪୧ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking