19.1 C
Bhubaneswar
Friday, February 13, 2026
Homeଅପରାଧପଥରରେ ଛେଚି ଆକ୍ରମଣ:ଦୁଇ ମୃତ, ୩ ଗୁରୁତର

ପଥରରେ ଛେଚି ଆକ୍ରମଣ:ଦୁଇ ମୃତ, ୩ ଗୁରୁତର

ନାଗପୁର: ରେଲଓ୍ବେ ଷ୍ଟେସନ୍‌ରେ ଶୋଇଥିବା ଲୋକଙ୍କ ଉପରେ ପଥର ଛେଚି ଆକ୍ରମଣ। ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ନାଗପୁରରେ ରେଲଓ୍ବେ ଷ୍ଟେସନ୍‌ରେ ଏଭଳି ଏକ ଘଟଣା ଘଟିଛି। ଆକ୍ରମଣକାରୀ ଜଣକ ମାନସିକ ରୋଗୀ ବୋଲି ଜଣାପଡିଛି। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା ଜିଆରପି ପୋଲିସର ପାଟ୍ରୋଲିଂ ଟିମ୍। ମୃତକଙ୍କ ପରିଚୟ ୪୦ ବର୍ଷୀୟ ଗୌରବ କୁମାର ବୋଲି ଜଣାପଡିଛି। ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନି। ଗଣେଶଙ୍କ ଘର ତାମିଲନାଡୁ।

ଏହାଛଡା ଗୁରୁତର ଆହତ ହୋଇଥିବା ଅନ୍ୟ ତିନିଜଣଙ୍କୁ ସରକାରୀ ମାୟୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ପରିଚୟ ଜୟରାମ ରାମଅବତାର କେଭଟ ଭାବରେ ଜଣାପଡିଛି। ହତ୍ୟାକାରୀ ଜଣକ ପୋଲିସ ଭୟରେ ସେଠାରୁ ଖସି ଯିବାକୁ ଚେଷ୍ଟା କରିବା ବେଳେ ରେଲଓ୍ବେ ଷ୍ଟାଫ୍‌ ତାଙ୍କୁ ଧରି ନେଇଥିଲେ। ପୋଲିସ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଓ ଆଗକୁ ତଦନ୍ତ ଜାରି ରଖିଛି। ନାଗପୁର ସେଣ୍ଟ୍ରାଲ ଷ୍ଟେସନ୍‌ର ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking