24.1 C
Bhubaneswar
Tuesday, February 10, 2026
Homeସ୍ୱାସ୍ଥ୍ୟଏହି ଯୋଗାସନ କରିଲେ ରହିବ ନାହିଁ ପେଟ ରୋଗ

ଏହି ଯୋଗାସନ କରିଲେ ରହିବ ନାହିଁ ପେଟ ରୋଗ

ଭୁବନେଶ୍ୱର : ଆଜିକାଲି ଆଧୁନିକ ଖାଦ୍ୟପାନୀୟ ଓ ଜୀବନଶୈଳୀ ହେତୁ ଅନେକ ଲୋକ ଏବେ ପେଟ ରୋଗରେ ପୀଡ଼ିତ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ଗ୍ୟାସ୍‌ ସମସ୍ୟା ରହିଛି ତ ପୁଣି କେତେକଙ୍କର ପେଟ ଖରାପ ହେଉଛି। ଯଦି କୌଣସି ପ୍ରକାରର ପେଟ ରୋଗରୁ ନିଜକୁ ଦୂରେଇ ରଖିବାକୁ ଚାହାଁନ୍ତି, ତେବେ ଏହାର ସବୁଠାରୁ ସହଜ ଓ ସରଳ ଉପାୟ ହେଲା ଯୋଗ।
ଏହା ହେଲା ତ୍ରିବନ୍ଧ ଯୋଗ । ଏହାଦ୍ୱାରା କୁଣ୍ଡଳିନୀ ଜାଗରଣ ହୋଇଥାଏ। ଏହି ଯୋଗାସନ କରିବା ଲାଗି ପ୍ରଥମେ ଗଭୀର ନିଃଶ୍ୱାସ ନେବାକୁ ପଡ଼ିବ। ତା’ପରେ ନିଶ୍ୱାସକୁ ସହଜ ଭାବେ ବାହାରକୁ ଆଣିବାକୁ ପଡ଼ିବ। ଏହା ପରେ ପୁଣି ସେ କ୍ରିୟା ଜାରି ରଖିବାକୁ ପଡ଼ିବ। ଏଥିରେ କୁଣ୍ଡଳିନୀ ଜାଗରଣ ଦ୍ୱାରା କୌଣସି ପ୍ରକାରର କ୍ଷତି ହେବାର ଆଶଙ୍କା ନାହିଁ।
ଏହି ଯୋଗାସନକୁ ସ୍ୱଚ୍ଛ ସ୍ଥାନରେ ବସି କରିବାକୁ ପଡ଼ିବ, ଯେଉଁଠାରେ ମୁକ୍ତପବନ ବିଚରଣ କରୁଥିବ। ଯଦି ଆପଣ ପେଟ, ଗଳା ସମ୍ପର୍କୀତ ରୋଗ ଅଥବା କୌଣସି ଭୟାନକ ରୋଗରେ ପୀଡ଼ିତ, ତେବେ ଏହି ଆସନ କରିବା ଅନୁଚିତ। ଏହି ଯୋଗାସନ କରିଲେ ଗଳା, ପରିସ୍ରା ଓ ପେଟ ସମ୍ପର୍କୀତ ରୋଗ ଦୂର ହୋଇଥାଏ। ଖାଲି ସେତିକି ନୁହେଁ, ମୁହଁରେ ଚମକ ବି ଆସିଥାଏ। ହୃଦୟ ଅଧିକ ସୁସ୍ଥ ମଧ୍ୟ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking