34.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଶେୟାର ମାର୍କେଟରେ ଅଚଳାବସ୍ଥା ଜାରି; ଦିନକରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ

ଶେୟାର ମାର୍କେଟରେ ଅଚଳାବସ୍ଥା ଜାରି; ଦିନକରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ଶେୟାର ବଜାରରେ ବଡ଼ ଧରଣର କ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ପୁଞ୍ଜିନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଶେୟାର ବଜାର ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଶୁକ୍ରବାର ବଜାର ଆରମ୍ଭ ହେବାମାତ୍ରେ ବ୍ୟାଙ୍କ ନିଫ୍‌ଟି ସମେତ କ୍ଷୁଦ୍ର ପୁଞ୍ଜି ଏବଂ ମଧ୍ୟମ ପୁଞ୍ଜି ସୂଚକାଙ୍କ ବହୁମାତ୍ରାରେ ହ୍ରାସ ପାଇଥିଲା। ବ୍ୟାଙ୍କ ନିଫ୍‌ଟି ୧୧୦୦ ପଏଣ୍ଟ ତଳକୁ ଖସିପଡ଼ିଥିବା ବେଳେ ସେନ୍‌ସେକ୍ସ ୯୦୦ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ନିଫ୍ଟି ସୂଚକାଙ୍କ ମଧ୍ୟ ୩୦୦ ପଏଣ୍ଟ ହ୍ରାସ ପାଇ ୨୪୧୦୦କୁ ଖସିଆସିଥିଲା। ପ୍ରକାଶ, ଗତ କିଛିଦିନ ହେବ ବିଦେଶୀ ନିବେଶକମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଭାରତୀୟ ଷ୍ଟକ ବଜାରରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ସେନସେକ୍ସ ଏବଂ ନିଫଟି ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ପୁଞ୍ଜି ବଜାର ୯.୮ ଲକ୍ଷ କୋଟି ହ୍ରାସ ପାଇଁ ୪୩୫.୧ ଲକ୍ଷ କୋଟିରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking