ନୂଆଦିଲ୍ଲୀ: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ଏକ ବଡ ହ୍ରାସ ଦେଖିବାକୁ ମିଳିଥିଲା । ବିଏସଇ ସେନସେକ୍ସ ୪୬୫ ପଏଣ୍ଟ ହ୍ରାସ ପାଇଥିଲା । ଏନଏସଇ ନିଫ୍ଟି ୫୦ ୨୫, ୮୨୧ ତଳେ କାରବାର କରିଥିଲା । ବାଣିଜ୍ୟ ଦିନ ସମୟରେ ଆଇଟି ଷ୍ଟକ ଗୁଡିକରେ ପ୍ରବଳ ବିକ୍ରୟ ଦେଖିବାକୁ ମିଳିଥିଲା । ନିଫ୍ଟିରେ ଇନଫୋସିସ, ୱିପ୍ରୋ ଏବଂ ଟେକ ମହିନ୍ଦ୍ରା ଭଳି ଆଇଟି ଷ୍ଟକ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହା ବ୍ୟତୀତ , ବିଶ୍ୱ ସ୍ତରୀୟ ସଙ୍କେତ ନିବେଶକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି । ଆଜି ଅନ୍ତର୍ଜାତୀୟ ବଜାରରେ ମନୋଭାବ ମଧ୍ୟ ଘରୋଇ ଷ୍ଟକ ବଜାରକୁ ସପକ୍ଷରେ ନଥିଲା । ଏସୀୟ ବଜାର ଗୁଡିକର ଚାପରେ ଥିଲା ଏବଂ ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ଲାଲ ରଙ୍ଗରେ କାରବାର କରିଥିଲା । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ପାଇଛି । ବିଶ୍ୱ ସ୍ତରରେ ଗୁରୁବାର ବ୍ରଣ୍ଟ ଅଶୋଧିତ ତୈଳ ମୂଲ୍ୟ ୦.୪୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୬୯.୭୨ରେ ପହଞ୍ଚିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସେୟାର ବଜାର ଉପରେ ପ୍ରବାବ ପକାଇଛି । ସକାଳ ପ୍ରାୟ ୧୧ଟା ୫୦ ସମୟରେ ଉଭୟ ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ ଲାଲ ରଙ୍ଗରେ କାରବାର କରୁଥିଲେ । ବିଏସଇ ସେନସେକ୍ସ ୪୬୪.୫୪ ପଏଣ୍ଟ କିମ୍ବା ୦.୫୫ ପ୍ରତିଶତ ହ୍ରାସ ପାଇ ୮୩,୭୬୯.୧୦ରେ ପହଞ୍ଚିଥିଲା । ନିଫ୍ଟି ୫୦ ୧୨୯.୮୦ ପଏଣ୍ଟ କିମ୍ବା ୦.୫୦ ପ୍ରତିଶତ ହ୍ରାସ ପାଇ ୨୫, ୮୨୪.୦୫ରେ ପହଞ୍ଚିଥିଲା ।










