22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭାରତ ଗସ୍ତରେ ଆସିବେନି ଷ୍ଟେଫାନୀ ଟେଲର୍

ଭାରତ ଗସ୍ତରେ ଆସିବେନି ଷ୍ଟେଫାନୀ ଟେଲର୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ତିନିଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବା ନିମନ୍ତେ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ। ତେବେ ଇଣ୍ଡିଜ୍‌ର ସିନିୟର୍ ଅଲ୍‌ରାଉଣ୍ଡର୍ ଷ୍ଟେଫାନୀ ଟେଲର୍ ଏହି ଗସ୍ତରେ ଟିମ୍‌ର ଅଂଶବିଶେଷ ରହିବେନି। ଆହତ ଥିବା ଟେଲର୍ ରିହାବିଲିଟେସନ୍ ଚଳାଇବେ ବୋଲି କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କୁହାଯାଇଛି। ଉଭୟ ଫର୍ମାଟ୍ ପାଇଁ ବୋର୍ଡ ସମାନ ସ୍କ୍ୱାଡ୍ ଘୋଷଣା କରିଥିବା ବେଳେ ଡିଏଣ୍ଡ୍ରା ଡଟିନ୍‌ଙ୍କର ଦିନିକିଆ ଫର୍ମାଟ୍‌ରେ ପ୍ରତ୍ୟାବର୍ତ୍ତନ ଘଟିଛି। ଚଳିତ ବର୍ଷ ପ୍ରାରମ୍ଭରେ ଡଟିନ୍ ତାଙ୍କ ଅବସର ନିଷ୍ପତ୍ତିରୁ ପ୍ରତ୍ୟାବର୍ତ୍ତନ କରି ମହିଳା ଟି-୨୦ ବିଶ୍ୱକପ୍‌ରେ ଭାଗ ନେଇଥିଲେ। ସେ ୨୦୨୨ରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଚଳିତ ବର୍ଷ ବିଶ୍ୱକପ୍ ଖେଳିନଥିବା ଫାଷ୍ଟ୍ ବୋଲର୍ ଶାବିକା ଗଜନବୀ ଓ ୱିକେଟ୍‌କିପର୍ ରଶାଡା ୱିଲିଅମ୍ସ ସ୍କ୍ୱାଡ୍‌କୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଟି-୨୦ ସିରିଜ୍‌ରୁ ଆରମ୍ଭ ହେବ। ତିନିଟି ଯାକ ମ୍ୟାଚ୍ ନବୀ ମୁମ୍ବାଇର ଡ. ଡିୱାଇ ପାଟିଲ୍ ସ୍ପୋର୍ଟ୍ସ ଏକାଡେମୀରେ ଡିସେମ୍ବର ୧୫, ୧୭ ଓ ୧୯ ତାରିଖରେ ଖେଳାଯିବ। ଏହାର ଟିମ୍ ବରୋଦା ଯାଇ ସେଠାରେ ଡିସେମ୍ବର ୨୨, ୨୪ ଓ ୨୭ରେ ଦିନିକିଆ ସିରଜ୍ ଖେଳିବ। ୱେଷ୍ଟ୍‌ଇଣ୍ଡିଜ୍ ୨୦୧୬ରେ ଶେଷଥର ପାଇଁ ଭାରତରେ ହ୍ୱାଇଟ୍ ବଲ୍ ସିରିଜ୍ ଖେଳିଥିଲା। କ୍ୟାରିବିୟାନ୍ ଟିମ୍ ଟି-୨୦ ସିରିଜ୍ ୩-୦ରେ ପୋଛି ନେଇଥିବା ବେଳେ ଦିନିକିଆ ସିରିଜ୍‌ରେ ସମାନ ବ୍ୟବଧାନରେ ପରାଜିତ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking