27.1 C
Bhubaneswar
Wednesday, March 18, 2026
Homeଓଡିଶାମୂର୍ତ୍ତି ଚୋରି ମାମଲା: ରଜନୀକାନ୍ତ ଭୈଁସାଲକୁ ୨ ବର୍ଷ କାରାଦଣ୍ଡ

ମୂର୍ତ୍ତି ଚୋରି ମାମଲା: ରଜନୀକାନ୍ତ ଭୈଁସାଲକୁ ୨ ବର୍ଷ କାରାଦଣ୍ଡ

ସମ୍ବଲପୁର: ଏକ ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲାରେ ଦ୍ରୁତ ବିଚାର କରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର SDJM ଅଦାଲତ ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତା ର ଧାରା ୩୩୧(୩)/୩୦୫(ଡି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ  ୧,୦୦୦ ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ୨୮ ଦିନ ମଧ୍ୟରେ ତଦନ୍ତରୁ ଦଣ୍ଡାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବା ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତାର ଏକ ଉଲ୍ଲେଖନୀୟ ଉଦାହରଣ।

ମାମଲାର ବିବରଣୀ ଅନୁଯାୟୀ, ୨୦୨୬ ମସିହା ଫେବୃୟାରୀ ୧୭ ତାରିଖରେ ସମ୍ବଲପୁର ଟାଉନ୍ ଥାନା ଅଧୀନ ସୋମନାଥ ବାବା ମନ୍ଦିର, ବାଲିବନ୍ଧରୁ ପ୍ରାୟ ୨ କିଲୋ ଓଜନର ପିତଳର ଗଣେଶ ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଲୋକନାଥ ପାଣ୍ଡେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଲିସ ତ୍ୱରିତ ତଦନ୍ତ କରି ୨୦ ଫେବୃଆରୀରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ମାତ୍ର ୧୧ ଦିନ ମଧ୍ୟରେ ଅର୍ଥାତ ୨୭ ଫେବୃଆରୀରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବା ପରେ ଅପରାଧ ମାମଲାରେ ତ୍ୱରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ଗତିଶୀଳ ହୋଇ ଦଣ୍ଡାଦେଶ ହାର ବୃଦ୍ଧି ପାଉଛି। ସମ୍ବଲପୁର ପୋଲିସଙ୍କ ଏହି ସଫଳତା ଆଇନ-ଶୃଙ୍ଖଳା ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରମାଣ।ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏସପି, ସମ୍ବଲପୁର ଓ ତଦନ୍ତକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking