29.1 C
Bhubaneswar
Tuesday, March 31, 2026
Homeଓଡିଶାଅପ୍ରେଲ ୨ ତାରିଖରେ ରାଜରାସ୍ତାରେ ପ୍ରଦେଶ ଯୁବ କଂଗ୍ରେସର “ଯୁବକ୍ରାନ୍ତି ସମାବେଶ”

ଅପ୍ରେଲ ୨ ତାରିଖରେ ରାଜରାସ୍ତାରେ ପ୍ରଦେଶ ଯୁବ କଂଗ୍ରେସର “ଯୁବକ୍ରାନ୍ତି ସମାବେଶ”

ଭୁବନେଶ୍ୱର: ବିଜେପି ସରକାରର ଜନତାଙ୍କ ଉପରେ ହେଉଥିବା ଅତ୍ୟାଚର ବିରୁଦ୍ଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବିାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର ସରକାରଙ୍କର ବେନିଅମ କାର୍ଯ୍ୟକଳାପ ଏବଂ ନୀତିକୁ ନେଇ ଚରମ ବାଣୀ ଶୁଣାଇଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ, ଜୀବନ ବଞ୍ଚାଇବା ପାଇଁ ନିରୀହ ଜନତା ରାଜ୍ୟର ଆସ୍ଥା ଓ ବିଶ୍ୱାସ ଥିବା କଟକ ବଡ ମେଡିକାଲ କଲେଜରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଅତି ଦୁଃଖର କଥା ଜୀବନ ବଞ୍ଚାଇବେ କ’ଣ ସରକାର ଏବଂ ମେଡିକାଲ ପ୍ରଶାସନଙ୍କର ଅକ୍ଷମଣୀୟ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ଅକାଳ ମୃତ୍ୟୁ ବରଣ କଲେ । ଆଶ୍ଚର୍ଯ୍ୟର କଥା ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ମେଡିକାଲ ପ୍ରଶାସନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ଏହା ନୈତିକବିହିନ ଓ ଅମାନବୀୟ ସରକାର ବୋଲି ନିଜକୁ ଜଣାଇଛନ୍ତି । ଯୁବ କଂଗ୍ରେସ ସ୍ୱାସ୍ଥ୍ୟ ଅବିଳମ୍ବେ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଦାବି କରୁଛି । ଅନ୍ୟପକ୍ଷରେ ଉତ୍କଟ ବେକାରି ସମସ୍ୟାରେ ରାଜ୍ୟରେ ଯୁବ ସମାଜ ଉବୁଟୁବୁ ହେଉଛି । ଯୁବକ ଯୁବତୀ ବାଧ୍ୟ ହୋଇ ରାଜ୍ୟ ଛାଡି ପଳାୟନ କରୁଛନ୍ତି । ସରକାର ଅନ୍ୟ ଏକ ଫନ୍ଦି କରି ଆଉଟ୍ ସୋର୍ସିଙ୍ଗ ଜରିଆରେ ଯୁବକ ଯୁବତୀଙ୍କୁ କମ୍ ମୂଲ୍ୟରେ ଖଟାଇ ଶୋଷଣ କରୁଛି ।

ବିଜେପି ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ଉଦ୍ଧତ ପଣିଆ ହାଟରେ ପଡି ଦାଣ୍ଡରେ ଗଡୁଛି । ପୁରୀ ସାଂସଦ ବଜାର ମଧ୍ୟରେ ଖଣ୍ଡା ବୁଲାଉଛନ୍ତି ତ କେତେବେଳେ ଟିଟିଲାଗଡ ବିଧାୟକ ପିଏସଓଙ୍କ ପିସ୍ତଲ ଝଡାଇ ଫାଙ୍କା ଗୁଳି ଚଳାଉଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଚୋରି, ହତ୍ୟା, ଲୁଣ୍ଠନ ଓ ନାରୀ ଦୁଷ୍କର୍ମ ପ୍ରତ୍ୟେହ ବଢ଼ିବାରେ ଲାଗିଛି । ସରକାର ଜାଣିପାରୁନାହାନ୍ତି କେମିତି ନିୟନ୍ତ୍ରଣ କରାଯାଇପାରିବ । ରାଜ୍ୟରେ ସବୁଠାରୁ କ୍ଷତିଗ୍ରସ୍ତରେ ଅବସ୍ଥାରେ ଅଛନ୍ତି ଚାଷୀ ସମାଜ । ମନଇଚ୍ଛା କଟନି ଛଟନି କରି ହଜାର ହଜାର କୋଟି ଟଙ୍କା ସମବାୟ ବିଭାଗ, ଯୋଗାଣ ବିଭାଗ, ମିଲରସ୍ ଓ ମନ୍ତ୍ରୀଙ୍କ ମଧ୍ୟରେ ଭାଗ ବଣ୍ଟା ଚାଲିଛି । ଚାଷୀଙ୍କ ବଳକା ଧାନକୁ ସରକାର କିଣିବାକୁ ନାରାଜ । ଫଳରେ ଚାଷୀ ବଳକା ଧାନ ଶାଗ ମାଛ ମୂଲ୍ୟରେ ମିଲରସ୍‌ଙ୍କ ହାତରେ ଟେକି ଦେବା ପାଇଁ ବାଧ୍ୟ ହୋଇଛି । ଗାଏମୋଟ କହିବାକୁ ଗଲେ ମୋହନ ମାଝୀ ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ବୋଲି ପ୍ରମାଣିତ ହେଇଛି । ଯୁବ କଂଗ୍ରେସ ସରକାରଙ୍କ ବେଆଇନ ଓ ବେପରୁଆ ନୀତି ବିରୁଦ୍ଧରେ ତଥା ସରକାରଙ୍କ ଅବହେଳା ଯୋଗୁଁ ୧୩ ଜଣ ନିରୀହ ରୋଗୀଙ୍କୁ ଅକାଳ ମୃତ୍ୟୁ ପାଇଁ ଦାୟି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି ନେଇ ଆସନ୍ତା ଅପ୍ରେଲ ୨ ତାରିଖ “ଯୁବକ୍ରାନ୍ତି ସମାବେଶ” ମହାତ୍ମାଗାନ୍ଧୀ ମାର୍ଗରେ ପାଳନ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking