15.1 C
Bhubaneswar
Tuesday, December 9, 2025
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକାତ୍ମକ ଶବଦାହ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକାତ୍ମକ ଶବଦାହ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବଦାହ ପ୍ରତିକାତ୍ମକ ଭାବରେ ବିଜେପି କାର୍ଯ୍ୟାଳୟ ନିକଟରେ ସମାପିତ ହୋଇଥିଲା। ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଏକ ରାଲିରେ “ରାମ ନାମ ସତ୍ୟହେ, ହରିନାମ ସତ୍ୟହେ” ଉଚ୍ଚାରଣ କରି ଦୁଇଟି କୋକେଇ କାନ୍ଧେଇଥିଲେ ସେହି କୋକେଇରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଦୁଇଟି ଫ୍ଲେକ୍ସ ନିର୍ମିତ ଶବ ରଖାଯାଇଥିଲା। ସେପଟେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଶବ ତାଙ୍କ ନିଜ ଗାଁରେ ଦାହ ହେଉଥିବା ବେଳେ ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କର ଫ୍ଲେକ୍ସ ନିର୍ମିତ ଶବକୁ ଯୁବ କଂଗ୍ରେସ ପ୍ରତିକାତ୍ମକ ଭାବେ ଦାହ କରାଯାଇଥିଲା। ଶବଦାହର ସମସ୍ତ ବିଧି ଏହି କାର୍ଯ୍ୟକ୍ରମରେ ଅନୁସରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ଆମେ ମୋହନ ସରକାରର ପ୍ରତିକାତ୍ମକ ଶବଦାହ କରିଛୁ। ଏହି ସରକାରରେ ନାରୀ ଅସୁରକ୍ଷିତ। ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିକୁ ମୁଖ୍ୟମନ୍ତ୍ରୀ କି ଶିକ୍ଷାମନ୍ତ୍ରୀ ବା ସମଗ୍ର ମୋହନ ସରକାରର ବ୍ୟବସ୍ଥା ନ୍ୟାୟ ଦେଇପାରିଲା ନାହିଁ। ଛାତ୍ରୀ ଜଣକ ୬ମାସ ଧରି ତାଙ୍କ ବିଭାଗର ମୁଖ୍ୟଙ୍କ ଦ୍ୱାରା ଅତ୍ୟାଚାରିତ ହେଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଯୋଗ ପାଇଲା ପରେ ମଧ୍ୟ ନିଦକ ରହିଲେ। ଛାତ୍ରୀ ନ୍ୟାୟ ପାଇବାପାଇଁ ବାଲେଶ୍ୱର ସାଂସଦକଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିକ୍ଷାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଥାନା ସମସ୍ତଙ୍କୁ ନିଜର ଅଭିଯୋଗ ପ୍ରେରଣ କରିଛି। ବାଲେଶ୍ୱର ସାଂସଦ ସ୍ୱୀକାର କରିଛନ୍ତି ଯେ ତାଙ୍କ ନିର୍ଦ୍ଦେଶ କେହି ମାନୁନାହାନ୍ତି। ଏହାର ଅର୍ଥ ଝିଅର ଆକୁଳ ନିବେଦନକୁ ଏ ସରକାର ବେଖାତିର କଲା। ତେଣୁ ଝିଅଟି ଚରମ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଛି। ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ସହ ଏଥିରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡବିଧାନ ଓ ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି। ଝିଅର ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦିଅନ୍ତୁ।

ଭୁବନେଶ୍ୱର କଂଗ୍ରେସ ସାଂସଦ ସୟଦ ୟାସିର ନୱାଜ କହିଥିଲେ ଯେ ଏହି ଘଟଣାରେ ବିଜେପ,ି ମୋହନ ସରକାର ଏବଂ ଏବିଭିପିର ଅସଲ ମୁଖା ଖୋଲିଯାଇଛି। ଉଭୟ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ କଲେଜ ବାହାରେ ଥିବା ହେଲ୍ପଡେକ୍ସ ଠାରେ ଏବିଭିପି ପକ୍ଷରୁ ସମ୍ମାନୀତ କରାଯାଇଥିଲା। ସୁତରାଂ ଏହି ଅପରାଧି ଦୁଇଜଣ ଏବିଭିପି ସଂଗଠନ ସହିତ ସୁସମ୍ପର୍କ ରହିଥିଲା। ଛାତ୍ରୀଟି ଏବିଭିପି ସଂଗଠନର ଜଣେ ସଭ୍ୟା। ମାତ୍ର ଦୁଃଖର ବିଷୟ ଏହିକିଯେ ଛାତ୍ରୀର ଗୁହାରୀ ନଶୁଣିଥିବା ସରକାର ବିରୋଧରେ ଏବିଭିପି ଏପର୍ଯ୍ୟନ୍ତ ଆନ୍ଦୋଳନ କରୁନାହିଁ କି ଶବ୍ଦଟିଏ କହୁନାହିଁ। ଛାତ୍ରୀର ହାତକୁ ଆତ୍ମଦାହ କରିବାପାଇଁ କଏି ସେ ପେଟ୍ରୋଲ ଓ ଦିଆସିଲି ବଢ଼ାଇଦେଲା ଏବଂ ଆତ୍ମଦାହ କରିବାପାଇଁ ଉସୁକାଇଲା ତାହାର ଉପଯୁକ୍ତ ତଦନ୍ତ କରାଯାଉ। କଂଗ୍ରେସ ବାରମ୍ବାର ନାରୀ ସୁରକ୍ଷା କଥା କହୁଛି। ମାତ୍ର ମୋହନ ସରକାର ଏହାକୁ ଉପେକ୍ଷା କରୁଛି। କଂଗ୍ରେସ ଦଳପକ୍ଷରୁ ଲୋୟର ପିଏମଜି ଠାରେ ନାରୀ ସୁରକ୍ଷାକୁ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେଉଥିବା ବେଳେ ପୋଲିସ ପକ୍ଷରୁ ଲାଠିମାଡ଼, ପାଣିମାଡ ଓ ଟେକାମାଡ଼ କରି କଂଗ୍ରେସ କର୍ମୀଙ୍କୁ ଲହୁଲୁହାଣ କରାଗଲଶ। ୫୦୦୦ କଂଗ୍ରେସ କର୍ମୀଙ୍କ ନାମରେ ଏତଲା ଦରଜ ହେଲା। ନାରୀ ନ୍ୟାୟ ପାଇଁ ସ୍ୱରଉତ୍ତୋଳନ କରୁଥିବା କଂଗ୍ରେସ ବିଧାୟକ ମାନଙ୍କୁ ବିଧାନସଭା ଭିତରେ ସାଶକ ଦଳର ବିଧାୟକମାନେ ଆକ୍ରମଣ କଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପୋଲିସ ଲଗାଇ କଂଗ୍ରେସ ବିଧାୟକମାନଙ୍କୁ ଅପମାନିତ କରାଯାଇଛି। ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା କରିନି ବରଂ ବିଜେପି, ମୋହନ ସରାକର ଏବଂ ଏବିଭିପି ତାଙ୍କୁ ହତ୍ୟା କରିଛି ବୋଲି ସୟଦ
ୟାସିର ନୱାଜ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, କିରଣ ସାହୁ, ନିହାର ବେହେରା, ଗୋପନ ମାର୍ଥା, ଲିପିକା ପାତ୍ର, ଲିପ୍ସା ନାୟକ, ମହମ୍ମଦ ପରଭେଜ, ରଣଜିତ ସେନାପତ,ି ସୁରଜ ରାଉତ, ବୁବୁ ଜେନା, ତୁଷାରକାନ୍ତ ତପସ୍ୱୀ, ବିରଞ୍ôଚ ବାରିକ, ଆଶିଷ କୁମାର ମହାନ୍ତ, ପ୍ରଶାନ୍ତ ରାଉତ, ଜଗଦୀଶ ଗଜେନ୍ଦ୍ର, ପବିତ୍ର ସେଠୀ, ଜାଭେଦ ଅକତାର, ସୌମ୍ୟ ବରାଳା, ସୁଶାନ୍ତ ତ୍ରିପାଠୀ, ସୁଭାଷ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking