24.1 C
Bhubaneswar
Friday, February 6, 2026
Homeଓଡିଶାପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ...

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ପାଇଁ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି ଯେ ପହଲଗାମ ଠାରେ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ଏହା ଦେଶବାସୀଙ୍କୁ ଦୁଃଖୁତ କରିଛି । ଆତଙ୍କବାଦ ବିରୁଦ୍ଧରେ କଂଗ୍ରେସ ସଦାସର୍ବଦା ଲଢ଼େଇ କରିଆସୁଛି। ଏହି ଘଟଣା ଦେଶର ସୁରକ୍ଷା ଓ ବିଶେଷକରି ଦେଶର ନାଗରିକମାନଙ୍କର ସୁରକ୍ଷା ପ୍ରତି କେତେ ବିପଦ ରହିଛି ତାହା ପ୍ରମାଣିତ କରୁଛି। ଅମେ ସମସ୍ତେ ଆତଙ୍କବାଦ ବିରୁଦ୍ଧରେ ଏକ ହୋଇ ଲଢ଼େଇ କରିବା ଉଚିତ ।

ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ମୃତ ପର୍ଯ୍ୟଟକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଆହତ ପର୍ଯ୍ୟଟଙ୍କ ପ୍ରତି ଆଶୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହ ପ୍ରଭାରୀ ସାହାନଓ୍ୱାଜ ଚୌଧୁରୀ, ରୋଜାଲିନ ତିର୍କି, ରାମଚନ୍ଦ୍ର କାଡାମ, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଟିଆ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ମିନାକ୍ଷୀ ବାହିନୀପତି, ସରସ୍ବତୀ ହେମ୍ବ୍ରମ, ରଣଜିତ ପାତ୍ର, ୟାସିର ନୱାଜ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ମନୋଜ ବିଶ୍ଵାଳ, ସୁଧାଂଶୁ ଦେଓ, ରଜନୀ ମହାନ୍ତି, ନିହାର ବେହେରା, କିଶୋର ଜେନା, ଗୋପନ ମାର୍ଥା, ସ୍ବାଗତ କର, ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ପ୍ରଦୀପ ମହାପାତ୍ର, ଲିଙ୍ଗରାଜ ସାହୁ, ରାଜୀବ ପଟ୍ଟନାୟକ, ମହମ୍ମଦ ପରଭେଜ, ସାହାରୁଖ ଖାନ, ମିହର ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ପ୍ରତାପ ପ୍ରଧାନ, ଆଶିଷ ମହାନ୍ତ, ଶାନ୍ତନୁ ସାହୁ, ତାପସ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking