26.1 C
Bhubaneswar
Friday, March 20, 2026
Homeଓଡିଶାକାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଦିବଂଗତା ପୀଡ଼ିତା ଛାତ୍ରୀର ପରିବାରକୁ ଭେଟିଲେ ପ୍ରଦେଶ ମହିଳା କଂଗ୍ରେସର ତଥ୍ୟ...

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ଦିବଂଗତା ପୀଡ଼ିତା ଛାତ୍ରୀର ପରିବାରକୁ ଭେଟିଲେ ପ୍ରଦେଶ ମହିଳା କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର:  କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଦେଶ ମହିଳା କଂଗ୍ରେସର ଏକ ସ୍ୱତନ୍ତ୍ର ଟିମ କାମାକ୍ଷାନଗର ପଠାଇଥିଲେ । ଏହି ଟିମରେ ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ସଭ୍ୟ ଭାବରେ ମଞ୍ଜୁଶ୍ରୀ ମିଶ୍ର, ଜୟସ୍ମିତା ମହାନ୍ତି ଏବଂ ସବିତା ଧିର ରହିଛନ୍ତି । ଭୁବନ ବ୍ଲକର ମାର୍ଥାପୁର ଗାଁ ଠାରେ ଏହି ଟିମ ଦିବଂଗତା ଛାତ୍ରୀର ପରିବାରକୁ ସାକ୍ଷାତ କରିଥିଲେ । ଝିଅର ମାଙ୍କର ବକ୍ତବ୍ୟ ଅନୁଯାୟୀ ଝିଅକୁ ଗଣଦୁଷ୍କର୍ମ କରାଯାଇ ହତ୍ୟାକରାଯାଇଛି । ଛାତ୍ରୀଜଣକ କଲେଜରୁ ଫେରୁଥିବା ବେଳେ ବସ ପାଇନଥିଲା ଏବଂ ଅନ୍ୟଏକ ନମ୍ବରରୁ ତାଙ୍କ ଗାଁର ଜଣେ ବାନ୍ଧବୀକୁ ଫୋନ କରି କହିଥିଲା ଯେ ସେ ଏକ କାରଯୋଗେ ଫେରଛି । ମାତ୍ର ପରବର୍ତ୍ତୀ ଘଟଣାରେ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳି ଜଙ୍ଗଲରେ ତାର ମୃତଦେହ ମିଳିଥିଲା । ଏହି ଟିମ କାମାକ୍ଷା ନଗର ଥାନା ଅଧିକାରୀଙ୍କୁ ଭେଟି ଅପରାଧିଙ୍କୁ ତୁରନ୍ତ ଧରିବାପାଇଁ ଦାବି କରିଥିଲେ । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ମୋହନ ସରକାରରେ ଅପରାଧିମାନେ ଦୃଷ୍ଟାନ୍ତମୂଳକ ଦଣ୍ଡ ନପାଇବାରୁ ଦିନକ ଦିନ ମହିଳା ହତ୍ୟା ଓ ଦୁଷ୍କର୍ମ ବଢ଼ିଚାଲିଛି । ପୋଲିସ ପ୍ରଶାସନ ମହିଳାଙ୍କର ଅଭିଯୋଗ ଏବଂ ସୁରକ୍ଷାପ୍ରତି ଉଦାସୀନ । ସୁତରାଂ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଦିବଂଗତା ଦୁଷ୍ମର୍ମ ପୀଡ଼ିତା ଛାତ୍ରୀର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ଆଇନଅନୁଯାୟୀ ଦଣ୍ଡିତ କରାଯାଉ । ପୀଡ଼ିତାର ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଉ । ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦିକା ଶିଳ୍ପଶ୍ରୀ ହରିଚନ୍ଦନ ଏବଂ କାମାକ୍ଷାନଗରର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ, କାମାକ୍ଷା ପଣ୍ଡା, ବ୍ରହ୍ମାନନ୍ଦ କୁଅଁର, ସଂଜୀବ କୁମାର ବେହେରା, ଅଯୋଧ୍ୟା ଶତପଥି, ଦୁଃଶାସନ ସାହୁ, ସଂଜୀବ କୁମାର ସାହୁ, ଅଶୋକ କୁମାର ନାଥ ଓ ରୋହିତ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking