17.1 C
Bhubaneswar
Thursday, December 18, 2025
Homeଓଡିଶାଛାତ୍ରଛାତ୍ରୀମାନଙ୍କ ଉପରେ ଲାଠି ଚାର୍ଜ ବିରୋଧରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠି ଚାର୍ଜ ବିରୋଧରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଚୌଧୁରୀ ଚରଣ ସିଂହ ହରିୟାନା କୃଷି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜରେ ଦୀର୍ଘଦିନ ଧରି ସ୍ଥଗିତ ଥିବା ନାମ ଲେଖା ଆବେଦନ ପ୍ରକ୍ରିୟାର ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ ସେହି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ ସୁରକ୍ଷା କର୍ମୀମାନେ ଆସି ତାଙ୍କୁ ଉପରେ ଲାଠି ଚାର୍ଜ କରିଥିଲେ। ଏହି ଘଟଣାକୁ ନିନ୍ଦାକରି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ମାଷ୍ଟରକାଣ୍ଟିନ ଠାରେ ଛାତ୍ର କଂଗ୍ରେସ ପକ୍ଷରୁ ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦେବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ କେନ୍ଦ୍ରର ବିଜେପି ସରକାର ଆସିବା ଦିନରୁ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣନ୍ତୁ ନଚେତ ଆଗାମୀ ଦିନରେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯିବ, ଆହୁରି ମଧ୍ୟ ଶ୍ରୀ ପ୍ରଧାନ କହିଥିଲେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଅନ୍ତୁ କିନ୍ତୁ ଲାଠି ନୁହେଁ, ଦେଶରେ ଛାତ୍ରଛାତ୍ରୀମାନଙ୍କ ଉପରେ
ବେଆଇନ ଭାବେ ଲାଠି ଚାର୍ଜ କରିବା ଏକ ଅପରାଧଜନକ କାର୍ଯ୍ୟ ଅଟେ, ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଏଭଳି ଘଟଣାକୁ ଦୃଢ଼ନିନ୍ଦା କରୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାହାରୁଖ୍ ଖାନ, ସୌମ୍ୟ ବରାଳ, ଆଶିଷ ରଞ୍ଜନ ଦାସ, ଆଦିତ୍ୟ ଅଂଶୁମାନ ପାତ୍ର, ଆଶିଷ କୁମାର ଦାସ, ଆୟୁଷ ରାୟ, ଭି. ଭବାନି ଶଙ୍କର ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking