24.1 C
Bhubaneswar
Wednesday, December 24, 2025
Homeଓଡିଶାନଭେମ୍ବର ୨-୩ରେ ରାଜ୍ୟସ୍ତରୀୟ ପାରା ବ୍ୟାଡମିଣ୍ଟନ୍ ପ୍ରତିଭା ଚୟନ ଶିବିର

ନଭେମ୍ବର ୨-୩ରେ ରାଜ୍ୟସ୍ତରୀୟ ପାରା ବ୍ୟାଡମିଣ୍ଟନ୍ ପ୍ରତିଭା ଚୟନ ଶିବିର

ଭୁବନେଶ୍ୱର: ଓଡ଼ିଶାରେ ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଭା ଚିହ୍ନଟ ପାଇଁ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ସମ୍ବଲପୁରର ମହାନଦୀ କ୍ଲବ୍ ପକ୍ଷରୁ ଆଗାମୀ ନଭେମ୍ବର ୨ ଓ ୩ ତାରିଖରେ ଏକ ପ୍ରତିଭା ଚୟନ ଶିବିର ଆୟୋଜିତ ହେବାକୁ ଯାଉଛି। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଭାଙ୍କ ସନ୍ଧାନ ସହିତ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ଦେବା ଲକ୍ଷ୍ୟରେ ଏହି ଶିବିର ଆୟୋଜନ କରାଯାଉଛି।

୨୦୦୬ ଜାନୁଆରୀ ୧ ତାରିଖ ପରେ ଜନ୍ମଗ୍ରହଣ କରିଥିବା ଇଚ୍ଛୁକ ଖେଳାଳିମାନେ ଏହି ଶିବିରରେ ଅଂଶଗ୍ରହଣ କରିପାରିବେ। ସେମାନଙ୍କର ବ୍ୟାଡ୍‌ମିଣ୍ଟନ୍ ସମ୍ପର୍କରେ ସମ୍ୟକ୍ ଜ୍ଞାନ ଥିବା ଆବଶ୍ୟକ। ଇଚ୍ଛୁକ ଖେଳାଳିମାନେ ନିଜର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ଦୁଇଟି ପାସ୍‌ପୋର୍ଟ ଫଟୋ ସହିତ କ୍ରୀଡ଼ା ସରଞ୍ଜାମ ନେଇ ଯୋଗ ଦେବାକୁ କୁହାଯାଇଛି। ପାରା ବ୍ୟାଡ୍‌ମିଣ୍ଟନ୍ କୋଚ୍ ଅମରେନ୍ଦ୍ର ବେହେରା ଓ ଅଭିଷେକ ବିଶ୍ୱାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ପରିଚାଳିତ କରାଯିବ। ଏହି ଶିବିର ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ୍ ପ୍ରତିଭାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହୋଇଥିବା ବେଳେ ଏଠାରେ ସେମାନେ ନିଜ ନିଜର ପ୍ରତିଭା ଓ କ୍ଷମତା ପ୍ରତର୍ଶନ କରିପାରିବେ। ଶିବିର ସମ୍ପର୍କରେ ଅଧିକ ସୂଚନା ପାଇଁ ଶିବ ପ୍ରସାଦ ଦାସ (ମୋ-୯୮୬୧୦୮୯୯୭୦)ଙ୍କ ସହିତ ଯୋଗାଯୋଗ କରାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking