25.1 C
Bhubaneswar
Thursday, March 19, 2026
Homeଓଡିଶାରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଅନୁଷ୍ଠିତ

ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର:  ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ପକ୍ଷରୁ ଆଜି ଏକ ରାଜ୍ୟସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ(ମୁଶାଏରା ) କାର୍ଯ୍ୟକ୍ରମ କଟକସ୍ଥିତ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର କଟକ ବାରବାଟୀ ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦ୍ଦୋସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ କବି ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିରେ ବିଶେଷକରି ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା। କବିମାନଙ୍କ ମଧ୍ୟରେ କଟକରୁ ସୟିଦ ରେହମାନୀ, ଅବଦୁଲ ହକ ବେତାବ ବିସମିଲ, ଅଞ୍ଜୁମନ ଆରା, ଭଦ୍ରକରୁ ଜାଫର ଦାନିସ୍ ,ମୁସ୍ତାକ ଗୋହର, ମୋଇନ ସଫକ୍, ରାଉରକେଲାରୁ ମୁକତାର ରାହି, ମୁଜୁବୁର ରେହମାନ୍, ସମ୍ବଲପୁରରୁ ନସିର୍ ଫରର, ଭୁବନେଶ୍ୱରରୁ ମୁନିର୍ ଅରମାନ, ଝାରସୁଗୁଡାରୁ ଅଜୟ ପଣ୍ଡା ଇତ୍ୟାଦି ବିଶିଷ୍ଟ ଉର୍ଦ୍ଦୁ କବିମାନେ ଯୋଗଦାନ କରିଥିଲେ। ଏହି ମୁଶାଏରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ସୋଫିଆ ଫିର୍ଦ୍ଦୋସ ଉର୍ଦ୍ଦୁ ଭାଷାର ଲାଳିତ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହିତ କଟକ ଏକ ଭାଇଚାରାର ସହର ଏବଂ ଏଠାରେ ସବୁ ଭାଷାଭାଷୀ ଓ ସଂମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ରହିଥିବା ସୁସମ୍ପର୍କ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ଉର୍ଦ୍ଦୁ କବି ଜନାବ ସୟଦ ମହମ୍ମଦ ଅକଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ ଖାଲିଦ ରହିମ ଏବଂ ଉପସଭାପତି ଜନାବ ନଫିସ୍ ମଞ୍ଜୁର ହାସନ ଯୋଗଦାନ କରିଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking