24.1 C
Bhubaneswar
Monday, February 23, 2026
Homeଓଡିଶାଦିବାକର ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାର୍ପଣ ସଭା

ଦିବାକର ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାର୍ପଣ ସଭା

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ, ନୂଆଦୁନିଆ ସାପ୍ତାହିକ ପତ୍ରିକାର ସମ୍ପାଦକ ତଥା ଓଡିଶାର ବିଶିଷ୍ଟ ମାର୍କ୍ସବାଦୀ ତତ୍ତ୍ୱବିତ୍‌, ଶ୍ରମିକ,କୃଷକ ଆନ୍ଦୋଳନର ଜନନେତା, କମ୍ରେଡ଼ ଦିବାକର ନାୟକଙ୍କ ରାଜ୍ୟ ସ୍ତରୀୟ ଶ୍ରଦ୍ଧାର୍ପଣ ସଭା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ବିଭିନ୍ନ ଗଣସଂଗଠନ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ପ୍ରୟାତ ଜନନେତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିôଲେ। ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଡଃ ପ୍ରଶାନ୍ତ ମିଶ୍ର ସଭାର ପ୍ରାରମ୍ଭିକ ସୂଚନା ଦେବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇ ସେ ଏକାଧାରରେ ଜଣେ ବିପ୍ଳବୀ ଜନନେତା, ସାମ୍ବାଦିକ ଓ ମାର୍କ୍ସବାଦୀ ତତ୍ତ୍ୱବିଦ୍ ଭାବରେ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଦିବାକର ବାବୁଙ୍କୁ ସ୍ମରଣୀୟ କରିରଖିବ। ବର୍ତ୍ତମାନ ଦେଶରେ ଫାସିବାଦୀ ବିପଦକୁ ମୁକାବିଲା କରିବା ପାଇଁ ସମସ୍ତ ବାମପନ୍ଥୀ-ଗଣତାନ୍ତ୍ରିକ ଶକ୍ତି ଏକାଠି ହୋଇପାରିଲେ ତାଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ। ଦିବାକର ନାୟକଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉନ୍ମୋଚନକରି ସମାଜର ପରିବର୍ତ୍ତନ ଚାହୁଁଥିବା ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧ ଜଣେ ବିପ୍ଳବୀର କେବେ ମୃତ୍ୟୁ ଘଟେନା। ସେ ମରି ମଧ୍ୟ ଅମର ରହେ ବୋଲି କହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏବଂ ସିପିଆଇ(ଏମ୍‌ଏଲ୍‌) ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠୀର ଦିବାକର ନାୟକଙ୍କ ସ୍ମୃତିଚାରଣ କରି ମାର୍କ୍ସବାଦ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ସମାଜର ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ ଏକ ବିପ୍ଳବୀ ଭାବରେ ଦିବାକରବାକୁ ଜନମାନସରେ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବରେ ପରିଚିତ ଥିଲେ। ଦେଶରେ ନବ୍ୟ-ଫାସିବାଦୀ ଶକ୍ତି ସମ୍ବିଧାନ ଏବଂ ସମସ୍ତ ଗଣତାନ୍ତ୍ରିକ ବିଧି-ବିଧାନ ଓ ଅନୁଷ୍ଠାନକୁ ଧ୍ୱଂସ କରିଦେବା ପାଇଁ ଅଗ୍ରସର ହେଉଥିବା ସମୟରେ ଦିବାକର ନାୟକଙ୍କ ଅବର୍ତ୍ତମାନରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହୋଇ ପ୍ରତିରୋଧ କଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ଏସ୍‌ୟୁସିଆଇ (କ) ନେତ୍ରୀ ଛବି ମହାନ୍ତି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଦେବୀ ପ୍ରସାଦ ମିଶ୍ର, ସିପିଆଇ(ଏମ୍‌) ରାଜ୍ୟ ନେତା ସନ୍ତୋଷ ଦାସ, ବରିଷ୍ଠ ସାମ୍ବାଦକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଆଇଏନ୍‌ଟିୟୁସି ରାଜ୍ୟ ନେତା କିଶୋର ଜେନା, ବିଶ୍ୱ ଶିକ୍ଷକ ମହାସଂଘର ଅଧ୍ୟକ୍ଷ ଡଃ ଅମୀୟ ମହାନ୍ତି, ବିଶ୍ୱ ବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ନେତା ଡଃ ମାନସ ବେହେରା, ବିଜୟ ପଢ଼ିହାରୀ ପ୍ରମୁଖ ପ୍ରୟାତ ନେତାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ କ୍ଷୀରୋଦ ସିଂହଦେଓ, ପ୍ରକାଶ ପାତ୍ର, ଜୟନ୍ତ ଦାସ, ଦାମୋଦର ବେହେରା, ବନଲତା ଜେନା, ବିଶ୍ୱଜିତ ନାୟକ, ସୁର ଜେନା ପ୍ରମୁଖଙ୍କ ସହିତ ବହୁବ୍ୟକ୍ତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking