ଯାଜପୁର: ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଓ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଯାଜପୁର ଲୋକକଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ସମ୍ପାଦକ ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁଲେଖ ବନ୍ଦୋବସ୍ତ ର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅନ୍ୱେଷଣ ଥିଏଟର ଗ୍ରୁପର ଏଭଳି ଉଦ୍ୟମ କୁ ପ୍ରାସଂଶା କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ର, ବିଶିଷ୍ଠ ଅତିଥି ଭାବେ ଯାଜପୁର ପୌରପାଳିକାର ପୌରାଧକ୍ଷା ରଞ୍ଜୁଲତା ହୋତା, ବରେଣ୍ୟ ଅତିଥି ଭାବେ ପୌର ଉପାଧକ୍ଷ ସନ୍ତୋଷ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପଦ୍ମାକର ଗୁରୁ, ଫ୍ରିଡମ ଅଏଲ ର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ, ସଭାପତି ବୃନ୍ଦାବନ ମିଶ୍ର ପ୍ରମୁଖ ଯୋଗ ଦେଇ କଳା, ସଂସ୍କୃତି ବଞ୍ଚି ରହିଲେ ସମାଜ ବଞ୍ଚି ରହିବ, ଯାଜପୁର ମାଟି କଳା, ସଂସ୍କୃତି ର ମାଟି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଗରିବ ଅସହାୟ କ୍ୟାନ୍ସର ପୀଡିତ ଙ୍କୁ ସାହାଜ୍ୟ ନିମନ୍ତେ ସଂଗ୍ରହ କରାଯାଇଥିବା ହୁଣ୍ଡି ଭଙ୍ଗା ଯାଇଥିଲା। ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ନାଟକ ମଞ୍ଚସ୍ଥ ହେବ ସହ ପାରମ୍ପାରିକ ନୃତ୍ୟ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶୀତ ହୋଇଥିଲା ।









