16.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୮ ଜିଲ୍ଲାରେ ୧୮ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୮ ଜିଲ୍ଲାରେ ୧୮ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୩୯ତମ ବୈଠକରେ ୪,୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ସବୁ ଅନୁଗୁଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗଡ଼।। ଆଦି ୮ ଜିଲ୍ଲାରେ ୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ନିବେଶ ବ୍ୟାପକ କରି ସରକାର ରୋଜଗାର ସୃଷ୍ଟି ମାଧ୍ୟମରେ ଆର୍ôଥକ ବିକାଶ, ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଓ ସମାନୁପାତିକ ଶିଳ୍ପର ବିକାଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଇସ୍ପାତ ଭିତ୍ତିଭୂମି ଭଳି ପାରମ୍ପରିକ ବିକାଶ ଇଞ୍ଜିନ୍‌, ପର୍ଯ୍ୟଟନକୁ ଶକ୍ତିଶାଳୀ କରାଯିବା ସହ ନୂତନ କ୍ଷେତ୍ର ଯେପରିକି ଗ୍ରୀନ୍ ଏନର୍ଜୀ, ଇଲେକ୍ଟ୍ରିକ୍ ଭେହିକଲ୍‌, ଡାଟା ସେଣ୍ଟର୍ ବାୟୋ ଫୁଏଲ୍ସ ଏବଂ ଫାର୍ମାସ୍ୟୁଟିକାଲ୍‌ସକୁ ଗୁରୁତ୍ୱ ଦିଆଯାଇଛି। ପ୍ରମୁଖ କ୍ଷେତ୍ର ମଧ୍ୟରେ ସବୁଜ ଊର୍ଜା ଓ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଆଇନକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୨୮୩ କୋଟି ନିବେଶରେ ୫ ଜିଡବ୍ଲୟୁ ଏଚ୍ ବ୍ୟାଟେରୀ ଏନ୍‌ର୍ଜି ସ୍ଟୋରେଜ୍ ସିଷ୍ଟମ୍ ଆସେମ୍ଲି ପ୍ଲାଣ୍ଟ ସ୍ଥାପନ କରି ୫୧ ନିଯୁକ୍ତ ସୃଷ୍ଟି କରିବ। ସେହିପରି ଜିନ୍ଦଲ ୍‌ଷ୍ଟେନ୍‌ଲେସ୍ ଲିମିଟେଡ୍ ଯାଜପୁରରେ ୯୦ କୋଟିର ନିବେଶ ସହିତ ୧୫୦୦ ଏନ୍ ଏମ୍ କ୍ୟୁବ୍ ପ୍ରତି ଘଣ୍ଟାର ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତି ୟୁନିଟ୍ ପ୍ରତିଷ୍ଠା କରିବ, ସେଥିରେ ୮୯ ଜଣଙ୍କୁ ନିଯୁକ୍ତି ମିଳିବ। ରାୟପୁରର ସବୁଜ ଶକ୍ତି ସାମଗ୍ରୀ ପ୍ରସ୍ତୁତ କମ୍ପାନୀ ଗଞ୍ଜାମରେ ୭୫୦ କୋଟିର ନିବେଶ ସହ ୨ ଗିଗାୱାଟ୍ ସୋଲାର୍ ସେଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଯଦ୍ୱାରା ୫୧୫ ନିଯୁକ୍ତି ସୃଷ୍ଟିହେବ।

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାଭିଟା ଇଣ୍ଡିଆ ଲିମିଟେଡ୍ ଅନୁଗୁଳରେ ଏକ ସମ୍ପୂର୍ଣ୍ଣ ପୁନଃ ବ୍ୟବହାର ୟୁନିଟ୍‌ରେ ୩୫୦ କୋଟି ନିବେଶ କରି ପରିଶୋଧିତ ଲିଡ୍‌, ମିଶ୍ରଧାତୁ, ପିପି ଗ୍ରାନୁଲ୍ ଉତ୍ପାଦନ କରିବ, ଯାହା ୨୭୦ ନିଯୁକ୍ତି ସୃଷ୍ଟି କରିବ। ଔଷଧ ଶିଳ୍ପରେ ଷ୍ଟାର୍ କ୍ୟାପ୍ ଗ୍ଲୋବାଲ ୍‌ଏଲ୍‌ଏଲ୍‌ପି ଖୋର୍ଦ୍ଧାରେ ଏକ ଫାର୍ମାସ୍ୟୁଟିକାଲ୍ ପ୍ରକଳ୍ପ ସ୍ଥାପନା କରିବାକୁ ଯାଉଥିବା ସୂଚନା ଦେଇଛି। ଏହି ପ୍ରକଳ୍ପରେ ୮୦ କୋଟିର ବିନିଯୋଗ ହେବ ଓ ଏହା ୧୪୫ ନିଯୁକ୍ତି ସୃଷ୍ଟି କରିବ। ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପ୍ରସ୍ତାବନା ସହ ୩ ଟି ପ୍ରକଳ୍ପରେ ୩୬୩ କୋଟିରୁ ଅଧିକ ମୂଲ୍ୟର ନିବେଶ ହେବ। ପଦ୍ମା ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ୬୦ କୋଟି ନିବେଶ ତିନି ତାରକା ହୋଟେଲ ସ୍ଥାପନ କରିବ ଯାହା ଫଳରେ ୧୮୧ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏସ୍‌ଏନ୍‌ଏମ୍ ହୋଟେଲ ଏବଂ ରିସୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ପ୍ରାୟ ୯୨ କୋଟିର ନିବେଶରେ ଏକ ଚାରିତାରକା ହୋଟେଲ୍ ସହିତ ରିସୋର୍ଟ ସୁବିଧା ବିକଶିତ କରିବ ଯାହା ୧୭୩ ଚାକିରି ସୃଷ୍ଟିକରିବ। ଓଡ଼ିଶା ସ୍ଟିଭେଡୋରସ୍ ଲିମିଟେଡ୍ ପାରାଦୀପ, ଜଗତସିଂହପୁରରେ ୨୧୧ କୋଟି ନିବେଶ କରି ୩୫୦ ନିଯୁକ୍ତି ସୃଷ୍ଟି କରିବାକୁ ଏକ ପାଞ୍ଚ ତାରକା ହୋଟେଲ ନିର୍ମାଣ କରିବ।

ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଭାଇବ୍ରାଣ୍ଟ ସ୍ପିରିଟ୍ସ ପ୍ରା ଲିଃ. ସୁନ୍ଦରଗଡ଼ରେ ୪,୦୦୦ ଏମ୍‌ଟିପିଏ କ୍ଷମତା ସହିତ ଏକ ଚାପିତ ବାଇଓଗ୍ୟାସ୍ ୟୁନିଟ୍ ସ୍ଥାପନା କରିବ। ଏଥିପାଇଁ ୫୦ କୋଟିର ନିବେଶ ସହ ୭୨୫ ନିଯୁକ୍ତି ସୃଷ୍ଟିହେବ। ଷ୍ଟିଲ୍ ଏବଂ ଡାଉନ୍‌ଷ୍ଟିମ୍ ଇଣ୍ଡଷ୍ଟ୍ରିଜ୍ କ୍ଷେତ୍ରରେ ବିଟାବିଲ୍ଡସ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ସୁନ୍ଦରଗଡ଼ରେ ଏକ ଷ୍ଟିଲ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି ଯାହା ଇଆରଡବ୍ଲୁ ପାଇପ୍ ନିର୍ମାଣ , ପିଇବି ପ୍ରସ୍ତୁତି ଓ ଏଚ୍ ଆର୍ କଏଲ୍ ସ୍ଲିଟିଂ ପ୍ରସ୍ତୁତି କରିବ। ଏହି ପ୍ରକଳ୍ପରେ ୧୩୧.୫୫ କୋଟିର ନିବେଶ ହେବ ଓ ୪୦୦ ନିଯୁକ୍ତି ସୃଷ୍ଟି କରିବ। କୋଣାର୍କ ଇସ୍ପାତ ଲିମିଟେଡ୍ ଝାରସୁଗୁଡ଼ାରେ ୦.୩୫ ଏମ୍‌ଟିପିଏ ରୋଲିଂ ମିଲ୍ ୦.୬ ଏମ୍‌ଟିପିଏ ପେଲେଟ୍ ପ୍ଲାଣ୍ଟ, ୭୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱର୍ ପ୍ଲାଣ୍ଟ, ୦.୫୪ ଏମ୍‌ଟିପିଏ ଡିଆର୍‌ଆଇ ପ୍ଲାଣ୍ଟ ଏବଂ ୦.୫୦ ଏମ୍‌ଟିପିଏ ବିଲେଟ୍ ପ୍ଲାଣ୍ଟ କରି ଏହାର କ୍ଷମତାକୁ ସଂପ୍ରସାରିତ କରିବ। ଏହା ଫଳରେ ୯୯୦ କୋଟିର ନିବେଶ ହେବ, ଯାହା ୨,୦୦୦ କର୍ମ ସଂସ୍ଥାନ ସୃଷ୍ଟି କରିବ।

ଭିତ୍ତିଭୂମି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରୀଜଗନ୍ନାଥ କ୍ୟାରିଆର୍ସ ପ୍ରାଇଭେଟ୍ ଲିମିଟେଡ୍ ଏକ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ସୁବିଧା ଅନୁଗୋଳରେ ୧୧୧ .୯୦ କୋଟିର ନିବେଶ ସହିତ ସ୍ଥାପନ କରିବ, ଯାହା ୩୦୦ ଚାକିରି ସୃଷ୍ଟି କରିବାକୁ ସାହାଯ୍ୟ କରିବ। ସାପିଏଣ୍ଟ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ ଅନୁଗୁଳରେ ୭୦ କୋଟିର ନିବେଶ ସହିତ ଓପନର୍ ପ୍ରକଳ୍ପ ସ୍ଥାପନ କରିବ, ଯାହା ୩୦୦ ନିଯୁକ୍ତି ସୃଷ୍ଟି କରିବ। ଇଳେକ୍ଟ୍ରିକ୍ ଯାନ କ୍ଷେତ୍ରରେ ସାନକା ଅଟୋ କର୍ପ୍ ଲିମିଟେଡ୍ ଖୋରଧାରେ ଏକ ବିଦ୍ୟୁତ୍ ଯାନ ଉତ୍ପାଦନ ପ୍ରତିଷ୍ଠାନରେ ୩୦୦ କୋଟି ବିନିଯୋଗ କରିବ, ଯାହାର ବାର୍ଷିକ କ୍ଷମତା ୧୦,୦୦୦ ୟୁନିଟ୍ ହେବ ଏବଂ ଏହା ଦ୍ୱାରା ୧୪୫ ନିଯୁକ୍ତି ସୃଷ୍ଟି କରିବ। ଡିଜିଟାଲ୍ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀଟେକ୍ ଡାଟା ଲିମିଟେଡ୍ ଖୋର୍ଦ୍ଧାରେ ୫୦୧ କୋଟିର ବିନିଯୋଗ ସହିତ ଏକ ହାଇପର୍ ସ୍କେଲ୍ ଡାଟା ସେଣ୍ଟର୍ ସୁବିଧା ବିକଶିତ କରିବ, ଯାହା ଫଳରେ ୪୫୦ ନିଯୁକ୍ତି ସୃଷ୍ଟି କରିବ। ୱେଷ୍ଟ ଏଜ୍ ଡାଟା ସେଣ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୦. ୫୦ କୋଟି ନିବେଶରେ ଏକ ଡାଟା ସେଣ୍ଟର୍ ଓ ସ୍ୟାଟେଲାଇଟ୍ ଇଣ୍ଟର୍ନେଟ୍ ସେବା ୟୁନିଟ୍ ସ୍ଥାପନା କରିବ, ଯାହା ୧୯୦ ଚାକିରି ସୃଷ୍ଟି କରିବ। ଖାଦ୍ୟ ଓ ପାନୀୟ ସେକ୍ଟରରେ ଇଲିକ୍ସିର୍ ଅଫ୍ ଇଷ୍ଟ ଦ’ ଆର୍ଟିସାନ୍ ଡିଷ୍ଟିଲେରୀ ଏଲ୍‌ଏଲ୍‌ପି ଖୋର୍ଦ୍ଧାରେ ଏକ ସ୍ଫିରିଟ୍ ଉତ୍ପାଦନ ୟୁନିଟ୍‌ରେ ୯୩.୬୫ କୋଟି ନିବେଶ କରିବ, ଯାହା ଦ୍ୱାରା ୧୧୦ ନିଯୁକ୍ତି ସୃଷ୍ଟି କରିବ। ଏସୋସିଏଟେଡ୍ ଆଲକୋହଲସ୍ ଏବଂ ବ୍ରିୱେରିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟିର ଏକ ୨୦୦ କେଏଲ୍‌ପିଡି ଗ୍ରେନ୍ ଭିତ୍ତିକ ଡିଷ୍ଟିଲେରୀ ସ୍ଥାପିତ କରିବାକୁ ଯାଉଛି, ଯାହା ୧,୮୧୨ ନିଯୁକ୍ତି ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking