24.1 C
Bhubaneswar
Friday, March 6, 2026
Homeଓଡିଶାରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବ

ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବ

ଭୁବନେଶ୍ଵର: ଅର୍ଥନୈତିକ ପ୍ରଗତି ସହ ସାମାଜିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ ହେଉଛି ସମବାୟ । ଗ୍ରାମୀଣ ଓଡ଼ିଶାର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମବାୟ ଅନୁଷ୍ଠାନକୁ ୱାନ୍ ଷ୍ଟପ୍ ସପ୍ ରେ ପରିଣତ କରିବାକୁ ପଡ଼ିବ ବୋଲି ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ପାଳନ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସମବାୟ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂ ଯୋଗ ଦେଇ କହିଥିଲେ, ସମୃଦ୍ଧ ଓଡ଼ିଶାର ଇଂଜିନ୍ ଭାବେ ସମବାୟ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ତୃଣମୂଳ ସ୍ତରରେ ପ୍ରଭାବଶାଳୀ କାର୍ଯ୍ୟ କରିବା ପାଇଁ ନିଜ ଅଭିଭାଷଣରେ ସେ ଆହ୍ଵାନ କରିଥିଲେ ।

ସୂଚନଯୋଗ୍ୟ, ନିଖିଳ ଭାରତ ସମବାୟ ସପ୍ତାହ ପାଳନ ପାଇଁ ଚଳିତବର୍ଷର ଥିମ୍ ହେଉଛି; “ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ।” ଆମ ରାଜ୍ୟରେ ସମବାୟ କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଆଲୋକପାତ କରିଥିଲେ । ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ବ୍ରହ୍ମାନନ୍ଦ ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମବାୟ ସପ୍ତାହ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆଜି ପୁରସ୍କୃତ କରାଯାଇଥିଲା । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଏବଂ ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ୧୪-୨୦ ନଭେମ୍ବର ପର୍ଯ୍ୟନ୍ତ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ ପାଳନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking