35.1 C
Bhubaneswar
Saturday, June 7, 2025
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କିତ...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କିତ ରାଜ୍ୟସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର : ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ) ଏବଂ ଓଡିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କରେ ଦ୍ୱିତୀୟ ରାଜ୍ୟସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ, ଏ କ୍ଷେତ୍ରରେ ଉଭୟ ଭାରତୀୟ ମାନକ ବ୍ୟୁରୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗକୁ ସହଜ କରିବାରେ ସାହାଯ୍ୟ କରିବ। ଜନସାଧାରଣ ଏବଂସରକାରୀକର୍ମଚାରୀଙ୍କମଧ୍ୟରେଉତ୍ପାଦ, ସେବାରମାନକୀକରଣଏବଂଗୁଣବତ୍ତା ସଚେତନତା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସଭାରେଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀହେମନ୍ତଶର୍ମା ଏବଂ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟକୁମାରସିଂ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍(ବିଆଇଏସ),ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମେତରାଜ୍ୟସରକାରଙ୍କ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଔଦ୍ୟୋଗିକସଂଘରୁକର୍ତ୍ତୃପକ୍ଷମାନେ ଅଂଶଗ୍ରହଣକରିଥିଲେ।ଭାରତୀୟ ମାନକକୁ କାର୍ଯ୍ୟକାରୀ କରି ରାଜ୍ୟରେ ଏକ ସୁସ୍ଥ ଗୁଣବତ୍ତା ଇକୋସିଷ୍ଟମ୍ ବିକାଶକୁ ସମର୍ଥନ କରିବା ଉପରେଏହିବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking