18.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ଉଦଯାପିତ

ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ଉଦଯାପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ ୨୦୨୫ ଉଦଯାପିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କ୍ରୀଡା ଏବଂ ଉତ୍ସାହର ପାଞ୍ଚ ଦିନିଆ ମହୋତ୍ସବର ଶେଷ ପର୍ଯ୍ୟାୟ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଶିଶୁ ସୁରକ୍ଷା ସମିତି ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ମୋନାଲିସା ଦେବତା , ସ୍ୱାଗତ ଭାଷଣ ସହିତ ପ୍ରଦାନକରି ପ୍ରତ୍ୟେକ ଶିଶୁର ଅଂଶଗ୍ରହଣ ଏବଂ ଅଭିବୃଦ୍ଧି ପାଇଁ ସୁରକ୍ଷିତ ଏବଂ କୃତିତ୍ଵର ସ୍ୱୀକୃତିକୁ ନିଶ୍ଚିତ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଶ୍ରୀ ୱିଲିୟମ୍ ହାନଲନ୍ ଜୁନିଅର ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ ପିଲାମାନଙ୍କୁ ଆତ୍ମବିଶ୍ୱାସ,ଶୃଙ୍ଖଳା ଏବଂ ଜୀବନ ଗଠନ କରିବାରେ ଉତ୍ସାହ ଭଳି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଏସଏଲଵିସିର ମୁଖ୍ୟ ମହାପ୍ରବନ୍ଧକ-ସହ-ସଂଯୋଜକ ଶ୍ରୀ ଗୌତମ ପାତ୍ର କ୍ରୀଡା ମାଧ୍ୟମରେ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ପ୍ରତିପାଳନ କରିବା ପାଇଁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ଜିଲ୍ଲା ଦଳଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଅଭିଭାଷଣରେ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମା ସମସ୍ତ ବିଜେତା ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଉତ୍ସାହ ରାଜ୍ୟର କ୍ରୀଡା ପ୍ରଗତିର ଉଦ୍ୟମକୁ ପ୍ରତିପାଦନ କରେ l ସୁସ୍ଥ ରହିବା, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସାମାଜିକ ଅନ୍ତର୍ଭୁକ୍ତି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି କ୍ରୀଡା ବୋଲି ସେ ଉଲ୍ଲେଖ କରିଥିଲେ । ବିଜେତା ମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking