30.1 C
Bhubaneswar
Wednesday, February 11, 2026
Homeଓଡିଶାଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ସମାରୋହ ଅନୁଷ୍ଠିତ

ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର– ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମାରୋହ ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟରେ ଉଦଘାଟିତ ହୋଇ ଅଛି । ଏହି ହାକାଥନ୍ ରାଜ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଓସେପା ଓ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟ (ଓ.ୟୁ. ଟି. ଆର୍) ମିଳିତ ଆନୁକୁଲ୍ୟରେ ଷ୍ଟାରସ୍ ପ୍ରୋଗ୍ରାମ ଅଧୀନରେ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୨୬ ଜଣ କୃତି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ହାକାଥନରୁ ରାଜ୍ୟ ସ୍ତରୀୟ ହାକାଥନକୁ ମନୋନୀତ ହୋଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି । ଏମାନଙ୍କୁ ୫୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରୁଛନ୍ତି।

ଆଜି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦେଶକ ଶ୍ରୀ ରଘୁରାମ ଆୟର ଓଡିଆ ଓଡ଼ିଆପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ଉପରେ ଆଲୋକପାତ କରି କହିଥିଲେ ଯେ ଆଜିର ଏହି ରାଜ୍ୟ ସ୍ତରୀୟ ହାକାଥନର ଆରମ୍ଭ ପ୍ରକ୍ରିୟା ୨୦୨୩ ନଭେମ୍ବର ଓ ଡିସେମ୍ବରରୁ ଆରମ୍ଭ ହୋଇ, ବିଦ୍ୟାଳୟ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆଜି ୮୪ଟି ପ୍ରୋଜେକ୍ଟକୁ ଅନୁମୋଦନ କରାଯାଇଛି । ଶ୍ରୀ ଆୟର ଏହାକୁ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରି ଏହା ଯୁବ ପ୍ରତିଭା ମାନଙ୍କର ସୃଜନାତ୍ମକ କାର୍ଯ୍ୟ ଦ୍ଵାରା ସମାଜ କଲ୍ୟାଣ ହେବା କଥା କହିଥିଲେ।

ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏହି ସମାରୋହରେ ଯୋଗ ଦେଇ ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବୃହତ୍ ପ୍ଲାଟଫର୍ମ ଯାହାକି ସାମାଜିକ କଲ୍ୟାଣ ଓ ସମାଜର ରପାନ୍ତରୀକରଣ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ହାକାଥନ୍ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ସୃଜନାତ୍ମକ କାର୍ଯ୍ୟ ଦ୍ଵାରା ନିଜର ଅଭିବୃଦ୍ଧି ସହ ସମାଜ ଓ ରାଜ୍ୟର ବିକାଶ ଦିଗ ରେ କାର୍ଯ୍ୟ କରି ପାରିବେ।
ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ ଏହି ହାକାଥନ୍ ପ୍ରତିଯୋଗିତାକୁ ସରକାରଙ୍କ ବୃହତ୍ ଚିନ୍ତାଧାରା ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ଏକ ସୃଜନାତ୍ମକ ଚିନ୍ତା ଧାରା ସୃଷ୍ଟି କରିବା ସହ ସେମାନଙ୍କ ମେଧା ଶକ୍ତି ବୃଦ୍ଧି କରି ସମାଜ ବିକାଶ କ୍ଷେତ୍ର ରେ ସହାୟକ ହୋଇ ପାରିବ। କୁଳପତି ପ୍ରଫେସର୍ ବିଶ୍ଵାଳ ସ୍ବାମୀ ବିବେକାନନ୍ଦ ଓ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିତ୍ଵଙ୍କ ସମ୍ପର୍କରେ ଉଲ୍ଲେଖ କରି ଯୁବ ଶକ୍ତି ର ମହାନତା ବିଷୟ ରେ କହି ଥିଲେ । ସେ ସରକାର ଙ୍କ ଏହି ପଦକ୍ଷେପ କୁ ଏକ ମହାନ୍ ପଦକ୍ଷେପ ଭାବେ ବର୍ଣ୍ଣନା କରି କହି ଥିଲେ ଯେ ଏହା ସମାଜ ବିକାଶ କ୍ଷେତ୍ର ରେ ଯୁବ ପ୍ରତିଭା ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରି ପାରିବ।
ଓ. ୟୁ.ଟି. ଆର୍ ର ଇନୋଭେଟିବ ସେଲର ନୋଡାଲ ଅଫିସର ପ୍ରଫେସର୍ ରଞ୍ଜନ ପ୍ରଧାନ ଏହି ଦୁଇ ଦିନ ଧରି ହେବାକୁ ଥିବା ହାକାଥନ୍ ପ୍ରତିଯୋଗିତା କାର୍ଯ୍ୟ ଉପରେ ଆଲୋକପାତ କରି ଏହ ନୂତନତା ଓ ସୃଜନତା ପରି ପ୍ରକାଶ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ସମସ୍ତ ପଦସ୍ତ ଅଧିକାରୀ ଏବଂ କର୍ମଚାରୀ, ବିଶ୍ଵ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା ତଥା ସମସ୍ତ ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ। ଶେଷରେ ବିଶ୍ଵ ବିଦ୍ୟାଳୟ କୁଳସଚିବ ଶ୍ରୀମତୀ ରେଣୁ ପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking