28.1 C
Bhubaneswar
Saturday, March 28, 2026
Homeଓଡିଶାରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ

‘ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର’
: ମନ୍ତ୍ରୀ ଶ୍ରୀ ଗଣ୍ଡ
ଭୁବନେଶ୍ୱର, : ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିର ତୁରୀ ନଦୀଠାରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯୋଗୁଁ ପ୍ରାୟ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ନଦୀକୁ ଡେଇଁ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତୁ୍ୟବରଣ କରିଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି ବୋଲି କୁହାଯାଏ । ଏହି ସବୁ ବଳିଦାନର କାହାଣୀ ଆଜିର ସମୟରେ ଲୋକଲୋଚନରୁ ଦୂରେଇ ଯାଉଛି । ଏଇଭଳି ସବୁ ଇତିହାସର ମହାନ ଗାଥାକୁ ଆଜିର ଯୁବପିଢ଼ି ଜାଣିବା ଆବଶ୍ୟକ । ଏହା ସେମାନଙ୍କୁ ଆମ ପୂର୍ବପୁରୁଷଙ୍କ ସଂଘର୍ଷ, ତ୍ୟାଗ ଓ ଦୃଢମନୋଭାବ ବିଷୟରେ ଅବଗତ କରାଇ ମନରେ ଦେଶପ୍ରେମର ଭାବନା ଜାଗୃତ କରିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର । ଭାରତଛାଡ଼ ଆନ୍ଦୋଳନର ସ୍ୱର ପାପଡ଼ାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା । ଏହି ସଂଗ୍ରାମୀମାନଙ୍କ ବଳିଦାନର ଭିତ୍ତିଭୂମି ଉପରେ ଆମ ଦେଶ ଭାରତବର୍ଷ ଠିଆ ହୋଇଛି ଏବଂ ଆମେ ସ୍ୱାଧୀନତାର ଆନନ୍ଦ ନେଉଛେ । ଲକ୍ଷ ଲକ୍ଷ ଭାରତୀୟଙ୍କ ତ୍ୟାଗ ଓ ବଳିଦାନର ଅବଦାନ ଆଜିର ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁ ଖିଲ, ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିMା, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା, ପଟ୍ଟାଙ୍ଗି ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ ଯୋଗଦେଇଥିଲେ । ପାପଡ଼ାହାଣ୍ଡି ଘଟଣା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ସ୍ୱାଧୀନତା ନିମନ୍ତେ ନବରଙ୍ଗପୁର ପରି ଏକ ଆଦିବାସୀବହୁଳ ଅଞ୍ଚଳର ଜନସାଧାରଣ ଯେପରି ତ୍ୟାଗ ସ୍ୱୀକାର କରିଥିଲେ ତାହା ଉତ୍ତରପିିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ବକ୍ତା ତଥା ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ଶ୍ରୀ ପ୍ରହଲ୍ଲାଦ ସିଂ ପାପଡ଼ାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । କାରଣ ଦେଶୀୟ, ଜାତୀୟ ଓ ଜଙ୍ଗଲରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ବୋଲି ସେ ଉଲ୍ଲେଖ କରିଥିଲେ ।
ସାହିତି୍ୟକ ଓ ‘ଶ୍ରୀ ସାହିତ୍ୟର’ ସଂପାଦକ ଶ୍ରୀ କୃଷ୍ଣ ନାୟକ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ପାପାହାଣ୍ଡି ସଂଗ୍ରାମର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ । ଶବରୀ ସାଂସ୍କୃତିକ ସଂସଦର ଉପସଭାପତି ଡ଼ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ର ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking